Below header

ବଢିବାରେ ଲାଗିଛି ଆଳୁ ଦର: ବଜାରରେ କେଜି ପିଛା ୩୫ ଟଙ୍କା, ଲଗାଣ ବର୍ଷା ଯୋଗୁ ଯୋଗାଣରେ ବାଧା

ଭୁବନେଶ୍ବର: ବଢି ଚାଲିଛି ଆଳୁ ଦର । ବଜାରରେ ଆଳୁ କେଜି ୩୫ ଟଙ୍କା । ଲଗାଣ ବର୍ଷା ଯୋଗୁ ବଜାରକୁ ଆଳୁ ଯୋଗାଣରେ ବାଧାପ୍ରାପ୍ତ ହୋଇଛି। ଫଳରେ କୁଇଣ୍ଟାଲ ପିଛା ୨୩ଶହରୁ ୨୬ ଶହ ଟଙ୍କାକୁ ବୃଦ୍ଧି ପାଇଛି। ଦୁଇ ଦିନରେ ଆଳୁ କୁଇଣ୍ଟାଲ ପିଛା ୩ଶହ ଟଙ୍କା ବୃଦ୍ଧି ପାଇଛି।

ଦୀର୍ଘ ୨ ମାସ ହେବ ଆଳୁ ୩୦ ଟଙ୍କା ଥିଲା। ଦର ବୃଦ୍ଧି ପାଇଁ ଯୋଗାଣକୁ ଦାୟୀ କରିଛନ୍ତି ବ୍ୟବସାୟୀ । ଆଳୁ ସହ ଦୁଇ ମାସ ପରେ ପୁଣି ବଜାରରେ ବଢିଛି ତେଜରାତି ସାମଗ୍ରୀ । ଡାଲି, ତେଲ ଭଳି ସମସ୍ତ ସାମଗ୍ରୀ ଦର ବୃଦ୍ଧି ପାଇଛି। ପନିପରିବା ଦର ମଧ୍ୟ ବଢିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.