ଆଜି ପେଟ୍ରୋଲ ଡିଜେଲ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୨.୩୩ ଟଙ୍କା ପ୍ରତି ଲିଟର ରହିଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ରହିଛି ୮୦,୦୮ ଟଙ୍କା। ସେହିପରି ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଏବଂ କୋଲକାତାରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ପରିବର୍ତ୍ତନ ହୋଇଛି। ଆଜି ଦିଲ୍ଲୀରେ ପେଟ୍ରୋଲର ଦାମ ୮୦.୬୨ ଟଙ୍କା ପ୍ରତି ଲିଟର ରହିଛି। ସେହିପରି ଡିଜେଲର ଦାମ ୭୩.୫୬ ଟଙ୍କା ପ୍ରତି ଲିଟର ରହିଛି।
କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ
ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ ଏସଏମଏସ ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।