Below header

ପିଆଜ ପରେ ଏବେ ଆଳୁ ଉପରେ ମହଙ୍ଗା ମାଡ଼, ୩୦ଟଙ୍କା ଉପରେ ରହିଛି ଦର

ଭୁବନେଶ୍ବର: ଇଜିପ୍‌ଟରୁ ପିଆଜ ଆସିବା ପରେ ଦର ସାମାନ୍ୟ କମିଛି। ଏବେ ଆଳୁ ଉପରେ ମହଙ୍ଗା ମାଡ଼ ଖାଉଟିଙ୍କ ଉପରେ ଦାଉ ସାଜିଛି। ଗରିବଙ୍କ ଅତ୍ୟାବଶ୍ୟକ ପିଆଜ ଓ ଆଳୁର ଦର ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସପ୍ତାହକ ତଳେ ଆଳୁ କିଲୋ ପ୍ରତି ୨୦ରୁ ୨୪ ଟଙ୍କା ରହିଥିବା ବେଳେ ବଜାରରେ ଆଳୁ ଦର ବର୍ତ୍ତମାନ ୩୦ ଟଙ୍କାରୁ ଉପରେ ରହିଛି। ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ ନେଇ ଚାଲିଥିବା ହିଂସା ଓ ଆନ୍ଦୋଳନ ଯୋଗୁଁ ଆଳୁ ପରିବହନ ବାଧାପ୍ରାପ୍ତ ହୋଇଛି। ଆଳୁ ପାଇଁ ଓଡ଼ିଶା ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ। ସେଠାରୁ ଆଳୁ ଆସିବାରେ ସମସ୍ୟା ସୃଷ୍ଟି ହୋଇଥିବାରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.