Below header

ନିର୍ବାଚନ ଫ୍ଲାଇଂ ସ୍କ୍ଵାଡ ଉପରେ ଆକ୍ରମଣ ଘଟଣା, ଗିରଫ ହେଲେ ବିଧାୟକ ପ୍ରଦୀପ ମହାରଥୀ

ପିପିଲି : ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗିରଫ । ନିର୍ବାଚନ ଫ୍ଲାଇଂ ସ୍କ୍ଵାଡ ଉପରେ ଆକ୍ରମଣ ଘଟଣାରେ ପିପିଲି ପୋଲିସ ମହାରଥୀଙ୍କୁ ଗିରଫ କରିଛି । ଥାନାରେ ପଚରାଉଚରା ପରେ ମହାରଥୀଙ୍କୁ ଗିରଫ କରାଯାଇଥିବା ପୁରୀ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ପ୍ରଦୀପ ଙ୍କ ବିରୋଧରେ ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ବି), ୧୮୬ ଏବଂ ଲୋକ ପ୍ରତିନିଧି ଆଇନ ୧୨୩ ଦଫା ଲଗାଇଛି ପୋଲିସ ।

ଗତକାଲି ପିପିଲିରେ ନିର୍ବାଚନ ଫ୍ଲାଇଂ ସ୍କ୍ଵାଡ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଫ୍ଲାଇଂ ସ୍ୱ୍କାଡ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ମାଜିଷ୍ଟ୍ରେଟ୍‌ ରବିନାରାୟଣ ପାତ୍ରଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କ ଅଣ୍ଟାରେ ଆଘାତ ଲାଗିଛି । ଅଧିକ ଚିକିତ୍ସା ପାଇଁ ତାଙ୍କ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଆହତମାନେ ହେଲେ ମାଜିଷ୍ଟ୍ରେଟ୍‌ ବିଜୟ କୁମାର କର, ଏଏସ୍‌ଆଇ ବିନୟ କୁମାର ଦାସ, ଜଣେ ଭିଡ଼ିଓଗ୍ରାଫର ଓ ଜଣେ ଫଟୋଗ୍ରାଫର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.