Below header

ଶ୍ରୀଲଙ୍କା ବିସ୍ଫୋରଣ : କ୍ୟାମେରାରେ କଏଦ୍ ହେଲା ଭୟାନକ ବ୍ଳାଷ୍ଟର ଭିଡିଓ

କଲୋମ୍ବ : ଶ୍ରୀଲଙ୍କା କଲୋମ୍ବରେ ରବିବାର ଦିନ ଇଷ୍ଟର ସମାରୋହ ସମୟରେ ବିଦେଶୀ ନାଗରିକଙ୍କୁ କେନ୍ଦ୍ରୀତ କରି ସିଲିଏଲ ବିସ୍ଫୋରଣ କରାଯାଇଥିଲା। ସକାଳ ପ୍ରାୟ ୮:୪୫ ମିନିଟ ସମୟରେ କଲୋମ୍ବର ୮ଟି ଭିନ୍ନ ଚର୍ଚ୍ଚ ଏବଂ ବଡ଼ବଡ଼ ହୋଟେଲରେ ବୋମା ବିସ୍ଫୋରଣ କରାଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୯୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ମଧ୍ୟରୁ ଏକ ଚର୍ଚ୍ଚରେ ହେଉଥିବା ବ୍ଳାଷ୍ଟର ଦୃଶ୍ୟ ସେଠାରେ ଥିବା ଏକ କ୍ୟାମେରାରେ କଏଦ ହୋଇଛି। ଯାହା ଏବେ ସୋସିଆଲ ମିଡିଆରେ ବହୁ ସଂଖ୍ୟାକ ଭାଇରାଲ ହେଉଛି।

srilanka-blast

ବର୍ତ୍ତମାନ ପର‌୍ୟ୍ୟନ୍ତ ଏହି ଘଟଣାରେ କୌଣସି ଆତଙ୍କୀ ସଂଗଠନକୁ ଦାୟିତ୍ବ ଦିଆଯାଇ ନାହିଁ। ତେବେ ଶ୍ରୀଲଙ୍କା ସରକାରଙ୍କ କହିବାକ ଅନୁଯାୟୀ, ଖୁବ ଶୀଘ୍ର ଏହି ଆତଙ୍କୀ ଆକ୍ରମଣର ମୁଖ୍ୟଙ୍କୁ ଧରାଯିବ। ଏହି ଘଟଣାର ଜାଞ୍ଚ କରିବା ପାଇଁ ଭାରତ ମଧ୍ୟ ଶ୍ରୀଲଙ୍କାର ସାହାଯ୍ୟ କରୁଛି। ଏନେଇ ସେଠାରେ ଇଣ୍ଟରନେଟର ବ୍ୟବହାର ବନ୍ଦ କରାଯିବା ସହ ସ୍କୁଲ-କଲେଜକୁ ମଧ୍ୟ ବନ୍ଦ କରାଯାଇଛି। ଏହି ମଧ୍ୟରେ ଲଗାତାର ଆକ୍ରମଣର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଯେଉଁଥିରୁ ଆକ୍ରମଣ କେତେ ଭୀଷଣ ତାହାର ଅନ୍ଦାଜା ଲଗାଯାଇ ପାରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.