ବିଗ୍ ବିଙ୍କୁ ଭାରି ପଡିଗଲା ପତ୍ନୀ ଏବଂ ନେତାଙ୍କ ଉପରେ ଟୁଇଟ୍, ଦେଖନ୍ତୁ କେମିତି ଟ୍ରୋଲ୍ କଲେ ୟୁଜର୍ସ

କେବଳ ଫିଲ୍ମରେ ନୁହେଁ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ସକ୍ରିୟ ବଲିଉଡ୍ ଶେହେନ୍ସା । ଅନେକ ସମୟରେ ଅନେକ ବିଷୟବସ୍ତୁକୁ ନେଇ ବିଗ୍ ବି ଟୁଇଟ୍ କରିଥାନ୍ତି । ନିକଟରେ ବିବାହିତ ଦମ୍ପତ୍ତି ଏବଂ ନେତାମାନଙ୍କ ଉପରେ ଚୁଟକି ନେଇ ଏକ ଜୋକ୍ ସେୟାର୍ କରିଛନ୍ତି ଅମିତାଭ୍ । ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି । ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି ବିଗ୍ ବିଙ୍କ ଏହି ଜୋକ୍ । ହେଲେ କିଛି ୟୁଜର୍ସ ଏହାକୁ ପସନ୍ଦ କରିପାରିନାହାଁନ୍ତି । ଆଉ ବିଗ୍ ବିଙ୍କୁ ନିଜ ବିବାହିତ ଜୀବନକୁ ନେଇ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି ।

ସୂଚନାଯୋଗ୍ୟ, ଅମିତାଭ୍ ନିଜ ଟୁଇଟରେ ଲେଖିଛନ୍ତି ପତ୍ନୀ – ବିବାହ ପୂର୍ବରୁ ସିନେମା ଆହୁରୀ କେତେ ସ୍ଥାନକୁ ବୁଲାଇ ନେଉଥିଲ । ହେଲେ ବିବାହ ପରେ ଘର ବାହାରକୁ ବି ନେଉନ । ସ୍ବାମୀ – କଣ ତମେ କେବେ କାହାକୁ ନିର୍ବାଚନ ପରେ ପ୍ରଚାର କରୁଥିବା ଦେଖିଛ ।

ତେବେ ଏହି ଟୁଇଟ୍ ପରେ ଲୋକମାନେ ବିଗ୍ ବିଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି , ଜୟା ବଚ୍ଚନ ଏହି ଟୁଇଟ୍ ନପଢନ୍ତୁ । ନଚେତ୍ କଣ ହେବ ଭଗବାନ୍ ଜାଣନ୍ତି । ସେହିପରି ଆଉ ଜଣେ ୟୁଜର୍ ଲେଖିଛନ୍ତି କଣ ଜୟା ଜି ଟୁଇଟରରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.