ଧୋନୀ ମାରିଲେ ଚଳିତ IPL ର ସବୁଠାରୁ ଲମ୍ବା ଛକା, ଭିଡିଓ ଯାହା ଉଡାଇଦେବା ଆପଣଙ୍କ ହୋସ୍

ବାଙ୍ଗାଲୁରୁର ଏମ୍.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିଲା ଆଇପିଏଲ-୧୨ର ରେମାଞ୍ଚକର ମୁକାବିଲା।ଏଥିରେ ରୟାଲ ଚାଲେଞ୍ଜରର୍ସ ବେଙ୍ଗାଲୁରୁ ନିକଟରୁ ମାତ୍ର ୧ରନରେ ଚେନ୍ନାଇ ସୁପରକିଙ୍ଗସ୍ ପରାସ୍ତ ହୋଇଛି । ୪୮ ବଲରେ ୮୪ ରନର ଧମାକାଦାର ପାଳି ଖେଳିଛନ୍ତି କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ । ହେଲେ ଏହା ଟିମକୁ ବିଜୟ ସ୍ବାଦ ଚଖାଇପାରିନଥିଲା । ତେବେ ଏହି ୮୪ ରନ୍ ମଧ୍ୟରେ ସାତଟି ଦମଦାର୍ ଛକା ମାରିଥିଲେ ଧୋନୀ । ହେଲେ ଏହା ଭିତରେ ଥିଲା ଏମିତି ଏକ ଛକା ଯାହାକୁ ଦେଖିଲେ କାହାର ବି ଆଖି ଖୋଲା ରହିଯିବ ।

ଆଇପିଏଲର ଚଳିତ ସିଜିନର ଏହା ହେଉଛି ସବୁଠାରୁ ଲମ୍ବା ଛକା । ଶେଷ ଓଭରର ଦ୍ବିତୀୟ ବଲରେ ଯେଉଁ ଛକା ମାରିଥିଲେ ଧୋନୀ ତାହା ୧୧୧ ମିଟର ଲମ୍ବା ଛକା ଥିଲା । ଯାହା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପକାଇ ଦେଇଛି ପଛରେ । ପାଣ୍ଡ୍ୟା ୧୦୪ ମିଟର ଲମ୍ବା ଛକା ମାରିଥିଲେ । ଯାହା ଚଳିତ ସିଜିନର ଥିଲା ଲମ୍ବା ଛକା । ଏବେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି ମାହି । ଧୋନୀ ଯେଉଁ ଛକା ମାରିଲେ ସେଥିରେ ଷ୍ଟାଡିୟମ୍ ବାହାରକୁ ଚାଲିଯାଇଥିଲା ବଲ୍ ।

ଉମେଶ ଯାଦବଙ୍କ ବଲରେ ଏହି ଛକା ମାରିଥିଲେ ମାହି । ସେ ସମୟରେ ଚେନ୍ନାଇ ସୁପରକିଙ୍ଗକୁ ବିଜୟ ପାଇଁ ଆବଶ୍ୟକ ଥିଲା ୫ ବଲରେ ୨୨ ରନ୍ । ଆଉ ଏହି ଛକା ପରେ ୪ ଟି ବଲରେ ୧୬ ରନର ଆବଶ୍ୟକ ପଡିଥିଲା । ହେଲେ ଶେଷରେ ଗୋଟିଏ ରନ୍ ପାଇଁ ହାରିଯାଇଥିଲା ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.