ଏଠାରେ ପଶୁତୁଲ୍ୟ ପିଞ୍ଜରାରେ ରହିଥାନ୍ତି ମଣିଷ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ଦୁନିଆରେ ଜନସଂଖ୍ୟା ବଢ଼ିବା ସହ ବଢ଼ିଚାଲିଛି ତାଙ୍କ ନେଇ ଅସୁବିଧା। କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ପଶୁ ନୁହଁ ବରଂ ମଣିଷ ଲୁହାର ପିଞ୍ଜରାରେ ରହିଥାନ୍ତି। ଆପଣ ଭାବୁଥିବେ ଏପରି କାହିଁକି ? ତେବେ ଚାଲନ୍ତୁ ଜାଣିବା ମଣିଷ ପିଞ୍ଜରା ମଧ୍ୟରେ ରହିବା ପଛର କାରଣ ।

Caged Homes 12

 

ପିଞ୍ଜରାରେ ବସବାସ କରୁଥିବା ମଣିଷ ହଙ୍ଗକଙ୍ଗରେ ଦେଖିବାକୁ ମିଳିଥାନ୍ତି। ଏଠାରେ ଲୋକ ପିଞ୍ଜରା ମଧ୍ୟରେ ତାଙ୍କ ଜୀବନ ନିର୍ବାହ କରିଥାନ୍ତି ଏପରିକି କିଛିଙ୍କୁ ଏହା ମଧ୍ୟ ସହଜରେ ପ୍ରାପ୍ତ ହୋଇନଥାଏ। ଶୁଣିବାକୁ ମିଳିଛି ମଣିଷ ରହୁଥିବା ଏହି ପିଞ୍ଜରାକୁ ୧୧ହଜାର ଟଙ୍କା ଦେଇ ଲୋକ କିଣିଥାନ୍ତି। ପରେ ଏହାକୁ ନେଇ ଭାଙ୍ଗିଯାଇଥିବା କୋଠା ମାନଙ୍କରେ ଖଞ୍ଜା ହୋଇଥାଏ ଏବଂ ସେଠାରେ ସେମାନେ ବାସ କରିଥାନ୍ତି।

Caged Homes

ଗୋଟିଏ ଭଙ୍ଗା ଆପାର୍ଟମେଣ୍ଟ ମଧ୍ୟରେ ଶହଶହ ପିଞ୍ଜରା ରଖାଯାଇଥାଏ। ଆଉ ସେଠାରେ ମାତ୍ର ଦୁଇଟି ଶୌଚାଳୟ ରହିଥାଏ। ଯାହା ଫଳରେ ପିଞ୍ଜରା ମଧ୍ୟରେ ରହୁଥିବା ଲୋକଙ୍କୁ ଶୌଚାଳୟ ପାଇଁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିଥାଏ।

HongKongcage

ପିଞ୍ଜରାର ଆକାର ନିର୍ଦ୍ଦାରିତ ରହିଥାଏ। ଏଥିରେ କିଛି ପିଞ୍ଜରା କ୍ୟାବିନ ଆକରର ଥାଏ ତ କିଛି କଫିନ୍ ଅକାରର। ପିଞ୍ଜରାରେ ଶୋଇବା ପାଇଁ ଲୋକମାନେ ସେଥିରେ ବାଉଁଶର ସପ ବ୍ୟବହାର କରିଥାନ୍ତି। ରିପୋର୍ଟ ମୁତାବକ, ହଙ୍ଗକଙ୍ଗରେ ଏପରି ଲକ୍ଷାଧିକ ଘର ରହିଛି। ଯେଉଁ ବ୍ୟକ୍ତି ମହଙ୍ଗା ଘର କିଣିବାକୁ ସକ୍ଷମ ହୋଇନଥାନ୍ତି ସେମାନେ ଏପରି ଘରେ ବାସ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.