Below header

ଆସନ୍ତାକାଲି ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ, ଟ୍ଵିନ୍‌ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ଭୁବନେଶ୍ୱର(କେନ୍ୟୁଜ୍) : ଆସନ୍ତାକାଲି ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ଏଥିପାଇଁ ଟ୍ଵିନ୍‌ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଭୁବନେଶ୍ୱରରେ ମୋଟ ୧୧୫୬ଟି ବୁଥ୍‌ ରହିଛି। ସେଥିମଧ୍ୟରୁ ୩୮୩ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ନିର୍ବାଚନ ପରିଚାଳନା ପାଇଁ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ୬ କମ୍ପାନୀ ଅର୍ଦ୍ଧସାମରିକ ବଳ, ୨୦୦ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହେବେ । ଭୋଟଗ୍ରହଣ ବେଳେ ଟ୍ଵିନ୍‌ସିଟିରେ ୫୦ଟି ପାଟ୍ରୋଲିଂ ଗାଡ଼ି ବୁଲିବ। ପୋଲିସ କମିଶନର ସତ୍ୟଜିତ ମହାନ୍ତି ଏନେଇ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.