Below header

ଖାରଜ ହୋଇପାରେ TikTok ଉପରେ ଲାଗିଥିବା ପ୍ରତିବନ୍ଧକ, ମାଡ୍ରାସ ହାଇକୋର୍ଟଙ୍କୁ ୨୪ଏପ୍ରିଲ ଭିତରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ସୋମବାର ଦିନ ମାଡ୍ରାସ ହାଇକୋର୍ଟଙ୍କୁ ଟିକଟକ୍ ଆପ ଉପରେ ଲଗାଇଥିବା ପ୍ରତିବନ୍ଧକ ହଟାଇବା ଦାବି ଉପରେ ହୋଇଥିବା ପିଟିସନ୍ ଉପରେ ୨୪ ଏପ୍ରିଲ ଭିତରେ ନିର୍ଣ୍ଣୟ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ବସିଥିଲା ଖଣ୍ଡପୀଠ କହିଛନ୍ତି କି ଯଦି ମାଡ୍ରାସ ହାଇକୋର୍ଟ ୨୪ଏପ୍ରିଲ ଭିତରେ ପିଟିସନ୍ ଉପରେ ନିଷ୍ପତ୍ତି ନେଇପାରିବେନି ତେବେ ଟିକଟକ୍ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦିଆଯାଇଥିବା ଆଦେଶକୁ ଖାରଜ କରିଦିଆଯିବ ।

Madras-HCସୂଚନା ମୁତାବକ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଭାରତର ଇଲୋକଟ୍ରୋନିକ୍ସ ଏବଂ ଇନଫରମେସନ୍ ଟେକ୍ନୋଲୋଜି ମନ୍ତ୍ରାଳୟ କଥିତ ଭାବେ ଗୁଗୁଲ ଏବଂ ଏପଲ୍ କୁ ନିଜ ଆପ୍ ଷ୍ଟୋରରୁ ଚୀନ ଭିଡିଓ ସେୟାରିଙ୍ଗ ଆପ୍ଳିକେସନ୍ ଟିକଟାକ୍ କୁ ହଟାଇବା ପାଇଁ କହିଥିଲେ । ମାଡ୍ରାସ ହାଇକୋର୍ଟଙ୍କ ମଦୁରେ ପୀଠରେ ତିନୋଟି ଅପିଲକୁ କେନ୍ଦ୍ରକରି ନିର୍ଦ୍ଦେଶ ଦିଆଯାଇଥିଲା କି ମୋବାଇଲ ଆପ୍ଳିକେସନ୍ ଟିକଟାକ୍ ଉପରେ ପ୍ରତିବନ୍ଧକ ଲଗାଉ ।

Tiktok-SCମାଡ୍ରାସ ହାଇକୋର୍ଟ ଏପରି ଆପ୍ ଜରିଆରେ ଅଶ୍ଳିଳ ଏବଂ ଅନୁଚିତ୍ ସାମଗ୍ରୀ କରାଯାଉଥିବା ଦର୍ଶାଇ ଚିନ୍ତା ପ୍ରକଟ କରିଥିଲେ । ଟିକଟକ୍ ଏହି ଆଦେଶକୁ ଭେଦଭାବପୂର୍ଣ୍ଣ ଏବଂ ମନମାନି ବୋଲି କହିଛି । ନିଜକୁ ବଞ୍ଚାଇବା ପାଇଁ ଟିକଟାକ୍ କହିଛି କି ତାକୁ ଅଶ୍ଳିଳ କିମ୍ବା ଅନୁଚିତ୍ ସାମଗ୍ରୀ ପାଇଁ ଦୋଷୀ ବୋଲି ସାବ୍ୟସ୍ତ କରାଯାଇପାରିବନାହିଁ । ଚିନ୍ ଭିଡିଓ ଆପ ଟିକଟାକ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୁପ୍ରିମକୋର୍ଟ ନିଷ୍ପତ୍ତିକୁ କାଏମ ରଖିଥିଲେ ଏବଂ ଆଜି ଏହି ମାମଲାର ଶୁଣାଣି କରିବା ପାଇଁ ତାରିଖ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.