Below header

ମମିତା ଶବ ଉପରେ ଛିଡା ହୋଇ ପଞ୍ଚାୟତ ନିର୍ବାଚନ ପାଇଁ ମସୁଧା କରୁଛି ବିଜେପି: ପ୍ରତାପ ଦେବ  

କେନ୍ୟୁଜ୍(ବ୍ୟୁରୋ): ମମିତା ନାଁରେ ରାଜନୀତି କରୁଛି ବିଜେପି। ନାରୀ ସମାଜ ପାଇଁ ଏହା ନିନ୍ଦନୀୟ। ନ୍ୟାୟ ମାଗିବାକୁ ବାହାରିନଥିଲେ ମମିତା ଶବ  ଉପରେ ଛିଡା ହୋଇ ପଞ୍ଚାୟତ ନିର୍ବାଚନ ପାଇଁ ମସୁଧା ପ୍ରସ୍ତୁତ ଚାଲି। ବିଜେପିର ଏହା  ନିହିତ ରାଜନୀତିକ ସ୍ୱାର୍ଥ ବୋଲି ସ୍ପଷ୍ଟ ହେଉଛି। ଏଭଳି ପ୍ରତିକ୍ରିୟା ରଖିଛନ୍ତି ପ୍ରତାପଦେବ।

ଏହା ସହ ପ୍ରତାପ ଦେବ କହିଛନ୍ତି ବିଜେପି ଯୁବ ସଭାପତି ଙ୍କ ନାଁରେ ରହିଛି ଅନେକ ମାମଲା।  ମମିତାଙ୍କୁ ନ୍ୟାୟ ଦାବିରେ ଏସବୁ ପ୍ରହସନ ପାଲଟିଛି । ପ୍ରଶାସନ ମିଡ଼ିଆ ପୋଲିସ ବି ଆଜି ବର୍ତ୍ତିଲେ ନାହିଁ।  ଆଜିର ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଭାରତୀୟ ଜନତା ପାର୍ଟି ନୁହେଁ ଯାତ୍ରା ପାର୍ଟି ପାଲଟି ଯାଇଛି। ବିଜେପିର ଏଭଳି କାର୍ଯ୍ୟକୁ  ଦୃଢ ଭାବେ ଏହାକୁ ନିନ୍ଦା କରୁଛୁ। ମମିତାଙ୍କ  ବାପା ମା ମନା କଲାପରେ ବି ଏମାନେ ମମିତାକୁ ନେଇ ରାଜନୀତି କରୁଛନ୍ତି। ଯେଉଁ କଟ ଆଉଟ ଗଳି କନ୍ଦିରେ ଲଗାଇଛନ୍ତି ମମିତାଙ୍କ ପ୍ରତି ଏହା ଅସମ୍ମାନ।

ବିଜେପିର ଏଥିରେ ଦୋମୁହାଁ ନୀତି ରହୁଛି।  ବିଧାନସଭାରେ ହେଉ କି ବାହାରେ ବିଜେପିର ମାନସିକତା ସ୍ପଷ୍ଟ ହୋଇପଡୁଛି। ଲୁଚିଛି ନା ଗୋଡ ଦୁଇଟା ଦିଶୁଛି। ଏ ନ୍ୟାୟ ପାଇଁ ନୁହେଁ ଏହା ଏକ ରାଜନୈତିକ ଶଡଯନ୍ତ୍ର। ଥାନା କୋର୍ଟରେ ନ କହି ମିଡ଼ିଆରେ କହିଲେ ମମିତା କଣ ନ୍ୟାୟ ପାଇବ? ଏଭଳି କିଛି  ମନ୍ତବ୍ୟ ଦେଇଛନ୍ତି ବିଜେଡିର ମୁଖପାତ୍ର ପ୍ରତାପ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.