ଦିଲ୍ଲୀରେ ପହଞ୍ଚିଲା ମୃତ ସିଡିଏସ୍‌ ବିପିନ ରାଓ୍ଵତଙ୍କ ସମେତ ୧୩ ଜଣଙ୍କର ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଦେଲେ ମୋଦି ଓ ରାଜନାଥ ସିଂହ

କେନ୍ୟୁଜ୍(ବ୍ୟୁରୋ): ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ମୃତ ସିଡିଏସ୍‌ ବିପିନ ରାଓ୍ଵତଙ୍କ ସମେତ ୧୩ ଜଣଙ୍କର ପାର୍ଥିବ ଶରୀର ଦିଲ୍ଲୀରେ ପହଞ୍ଚିଛି । ବାୟୁସେନାର ସ୍ୱତନ୍ତ୍ର ବିମାନଯୋଗେ ସୁଲୁରରୁ ମର ଶରୀର ଅଣାଯାଇଛି । ପାଲାମ ଏୟାରବେସରେ ରଖାଯାଇଛି ସମସ୍ତଙ୍କର ମର ଶରୀର । ବର୍ତ୍ତମାନ ସୁଦ୍ଧା ଜେନେରାଲ୍‌ ରାଓ୍ଵତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତ ଓ ବ୍ରିଗେଡିୟର ଏଲ୍‌. ଏସ୍‌. ଲିଡରଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି । ଏମାନଙ୍କର ମରଶରୀରକୁ ଅନ୍ତମ ସଂସ୍କାର ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ତାଙ୍କ ପରିବାର ଓ ସମ୍ପର୍କୀୟ ସେଠାରେ ସିଡିଏସ୍‌ ରାଓ୍ଵତ ଓ ତାଙ୍କ ପତ୍ନୀଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

cds dead body 2

ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଫିସରଙ୍କ ପରିବାର ଲୋକ ବି ପାଲାମ ଏୟାରପୋର୍ଟରେ ପହଞ୍ଚିଛନ୍ତି । ପାଲାମ ଏୟାରବେସରେ ସିଡିଏସ୍‌ ରାଓ୍ଵତ ଓ ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଳ ପ୍ରମୁଖ ବି ପାଲାମ୍‌ ଏୟାରବେସ ଆସିବେ । ସଂପୂର୍ଣ୍ଣ ସାମରିକ ସମ୍ମାନ ସହ ସିଡିଏସ ଜେନେରାଲ ବିପିନ ରାୱତ ଓ ଅନ୍ୟ ଅଫିସରଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.