Below header

କେନ୍ଦ୍ରର ଓଡ଼ିଶା ବିରୋଧୀ ମନୋଭାବ ସହ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ନେଇ ଗର୍ଜିଲା ବିଜେଡି, ରାଜଧାନୀରେ ବାଇକ ରାଲି

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ବିରୋଧରେ ବିଜେଡିର ରଣହୁଙ୍କାର । ରାଜଧାନୀ ରାଜରାସ୍ତାରେ ଯୁବ, ଛାତ୍ର ବିଜେଡି ଓ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା । ବିଶାଳ ବାଇକ ରାଲି । ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ଗଭର୍ଣ୍ଣର ହାଉସ ଛକ, କଳିଙ୍ଗ ଷ୍ଟାଡିୟମ ଛକ ଦେଇ ପ୍ରଦର୍ଶନୀ ପଡ଼ିଆ ନିକଟରେ ପହଞ୍ଚିଥିଲା । କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇଥିଲେ ଆନ୍ଦୋଳନକାରୀ । କେନ୍ଦ୍ରର ଓଡ଼ିଶା ବିରୋଧୀ ମନୋଭାବ, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ମୂଲ୍ୟର ଅହେତୁକ ବୃଦ୍ଧି, ପାଇକ ବିଦ୍ରୋହକୁ ପ୍ରଥମ ଜାତୀୟ ସଂଗ୍ରାମ ମାନ୍ୟତାକୁ ଉପେକ୍ଷା ନେଇ ବର୍ଷିଛନ୍ତି ବିଜେଡି ନେତା ।

bjd

ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଯୋଗୁ ଖାଉଟି ହନ୍ତସନ୍ତ । ସେହିଭଳି MSP ନେଇ ରାଜ୍ୟର ଦାବିକୁ ଉପେକ୍ଷା କରିଛି କେନ୍ଦ୍ର । କେବଳ ଏତିକି ନୁହେଁ ବେକାରୀ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । ମହିଳା ବିଜେଡି ପକ୍ଷରୁ ବିଡିଏ କାର୍ଯ୍ୟାଳୟ ଆଗରେ ହୋଇଥିଲା ପ୍ରତିବାଦ ସଭା । କେନ୍ଦ୍ର ସବୁବେଳେ ଓଡିଶାକୁ ଅଣଦେଖା କରିଆସୁଛି । ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଜେଡି ଚେତାବନୀ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.