ଏହି କଥା ପାଇଁ ବ୍ୟକ୍ତି ମନେ ମନେ ଚିନ୍ତାରେ ରହିଥାଏ, ହଜିଯାଇଥାଏ ସୁଖ ଶାନ୍ତି

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ ।

ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କୌଣସି ବି ଭୟ ଠାରୁ ବଡ଼ ଭୟ ହେଉଛି ବଦନାମୀ । ପ୍ରତ୍ୟେକ ବ୍ୟକ୍ତି ସମ୍ମାନର ସହ ବଞ୍ଚିବାକୁ ଚାହିଁଥାଏ । ଚାଣକ୍ୟ କୁହନ୍ତି ବ୍ୟକ୍ତିକୁ ସର୍ବଦା ଗୋଟିଏ କଥା ଭୟ ଓ ଆତଙ୍କରେ ରଖିଥାଏ ଯେ କାଳେ କିଛି ବଦନାମୀ ନ ହୋଇଯାଏ । କାରଣ ସମାଜରେ ମାନ ସମ୍ମାନ ପାଇବା ସହଜ ହୋଇନଥାଏ । ବ୍ୟକ୍ତିକୁ ଯେତେବେଳେ ବଦନାମ ଭୟ କଷ୍ଟ ଦେଇଥାଏ ସେତେବେଳେ ତାର ସୁଖ ଶାନ୍ତି ସବୁ ନଷ୍ଟ ହୋଇଥାଏ ।

ବଦନାମୀ ଏମିତି ଏକ ଭୟ ଯାହା ବ୍ୟକ୍ତିର ମୁଣ୍ଡ ଉପରେ ବୋଝ ପରି ହୋଇଯାଏ । ବଦନାମୀ, ନିଜ ଲୋକ ଓ ସମାଜ ସହ ମଧ୍ୟ ଦୂରତା ବନାଇ ଦେଇଥାଏ । ଏପରି ବ୍ୟକ୍ତି ସର୍ବଦା ମାନସିକ ଚାପ ମଧ୍ୟରେ ଗତି କରିଥାଏ । କାହା ସହ ଭଲ ଭାବେ ମିଶି ପାରିନଥାଏ । ଏମିତି କି ବଦନାମୀ ଭୟରେ ବ୍ୟକ୍ତି ନିଜକୁ ବନ୍ଦି କରିଦେଇଥାଏ ।

ତେଣୁ ଜୀବନରେ ଯଦି ଅନ୍ତରାତ୍ମା କେବେ ସଚେତ କରେ ତେବେ ଥରେ ନିଶ୍ଚୟ ଚିନ୍ତା କରନ୍ତୁ ଯେ କାଳେ କିଛି ଭୁଲ ହୋଇଗଲା ନାହିଁ ତ ! ବ୍ୟକ୍ତିର ଗୋଟିଏ ଭୂଲ ନିଷ୍ପତ୍ତି ତାଙ୍କୁ ବଦନାମୀ ରାସ୍ତାରେ ନେଇଯାଏ । ତେଣୁ ସର୍ବଦା ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.