Below header

ପରବର୍ତ୍ତୀ ସିଡିଏସ୍‌ କିଏ ? ସପ୍ତାହ ଭିତରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ : ପରବର୍ତ୍ତୀ ସିଡିଏସ୍‌ କିଏ ? ଏହାକୁ ନେଇ ସୃଷ୍ଟି ହୋଇଛି କଳ୍ପନା ଜଳ୍ପନା । ଜେନେରାଲ ରାଓ୍ଵତଙ୍କ ମୃତ୍ୟୁ ପରେ ଏହି ପଦବୀ ଖାଲି ହୋଇଛି । ପ୍ରଥମ ଥର ପାଇଁ ଚିଫ୍‌ ଅଫ୍‌ ଡିଫେନ୍‌ସ ଷ୍ଟାଫ୍‌ ପଦବୀ ସୃଷ୍ଟି କରିଥିଲେ ଭାରତ ସରକାର ।

ତିନି ସେନା ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଏହି ପଦବୀ ସୃଷ୍ଟି ହୋଇଥିଲା । ୩ ସେନାରେ ସଂସ୍କାର ଆଣିବାକୁ ଅନେକ କାର୍ଯ୍ୟ ହାତକୁ ନେଇଥିଲେ ଜେନେରାଲ ରାଓ୍ଵତ । ଏବେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ମିଳିବ, ମୋଦି ସରକାରଙ୍କ ପାଇଁ ତାହା ଏକ ଚ୍ୟାଲେଞ୍ଜ ।

ଏକ ସପ୍ତାହ ଭିତରେ ପରବର୍ତ୍ତୀ ସିଡିଏସ୍‌ ନିଯୁକ୍ତି ଦେଇ ପାରନ୍ତି ସରକାର । ସିଡିଏସ୍‌ ନିଯୁକ୍ତି ନେଇ ସେଭଳି କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । କେବଳ ସିଡିଏସ୍‌ଙ୍କ ବୟସ ୬୫ ବର୍ଷରୁ ଅଧିକ ହୋଇ ନଥିବ । ସୀମା ସୁରକ୍ଷା ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥାନ୍ତି । ତେବେ ୩ ସେନା ମଧ୍ୟରୁ ବରିଷ୍ଠତା ଭିତ୍ତିରେ ଜଣଙ୍କୁ ନିଯୁକ୍ତି ଦେବେ ସରକାର । ସେ ଦୃଷ୍ଟିରୁ ଆଗରେ ଅଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ଏମ୍‌ଏମ୍‌ ନର୍ଭାଣେ ।

ବାୟୁସେନା ଓ ନୌସେନା ମୁଖ୍ୟଙ୍କ ଠାରୁ ସେ ବରିଷ୍ଠ । ସ୍ଥଳ ସେନା ମୁଖ୍ୟ ଭାବେ ତାଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲରେ ଶେଷ ହେବ । ଅନ୍ୟପଟେ ଚୀନ୍‌ ସହ ସୀମା ବିବାଦକୁ ଦୃଷ୍ଟିରେ ରଖିଲେ ସ୍ଥଳ ସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ପରବର୍ତ୍ତୀ ସିଡିଏସ୍‌ ଭାବେ ଜେନେରାଲ ଏମଏମ୍‌ ନର୍ଭାଣେଙ୍କୁ ମନୋନିତ କରିପାରନ୍ତି ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.