ବର୍ଷିୟାନ ଅଭିନେତା ମିହିର ଦାସ ଅସୁସ୍ଥ ,କଟକର ଘରୋଇ ଡାକ୍ତରଖାନାରେ ହେଲେ ଭର୍ତ୍ତି

କେନ୍ୟୁଜ୍(ବ୍ୟୁରୋ):ଓଲିଉଡରବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ହେଲେ ଭର୍ତ୍ତି । ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି।  କିଛି ଦିନ ପୂର୍ବରୁ କିଡନୀ ଜନୀତ ରୋଗରେ ଆକ୍ରାନ୍ତ ଥିଲେ ମିହିର ଦାସ। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ସ୍ବତନ୍ତ୍ର ଡାକ୍ତର ଟିମ୍ ।

mihir dah

୨୦୧୯ ମସିହା   ଏପ୍ରିଲ ମାସରେ  ମଧ୍ୟ ମିହିର ଦାସ ହଠାତ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କର କୌଣସି ଗୁରୁତର ସମସ୍ୟା ନଥିବା ସୂଚନା ମିଳିଥିଲା। ଅଜି କିନ୍ତୁ ମିହିର ଦାସଙ୍କ ଗୁରୁତର ଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ତେବେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ମିହିର ଦାସ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.