Below header

ବିଧାନସଭାରେ କରୋନା! ସଚିବଙ୍କ ସମେତ ୨ଜଣ ପଜିଟିଭ ଚିହ୍ନଟ ହେବା ପରେ ପଶିଛି ଛନକା

ଭୁବନେଶ୍ବର(କେନ୍ଯୁଜ୍): ବିଧାନସଭାରେ କରୋନା। ବିଧାନସଭା ସଚିବଙ୍କ ସମେତ ୨ଜଣ ପଜିଟିଭ ଚିହ୍ନଟ ହେବା ପରେ ଛନକା ପଶିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବାଚସ୍ପତି ଓ ଅନ୍ୟ ୫ଜଣଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତଙ୍କ କୋଭିଡ ଟେଷ୍ଟ ହୋଇଥିଲା। ତଥାପି ବିଧାନସଭାରେ ପଶିଲା କରୋନା ।

ବିଧାନସଭା ସଚିବଙ୍କ ସହ ବ୍ୟକ୍ତିଗତ ସଂସ୍ପର୍ଶରେ ଆସିଥିଲେ ବାଚସ୍ପତି ଓ ଅନ୍ୟ ନେତା। ସିଧାସଳଖ ସଚିବଙ୍କ ସଂସ୍ପର୍ଶରେ ଆସିଥିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସମେତ ୬ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ଅନ୍ୟ ଯେଉଁମାନେ ସଚିବଙ୍କ ସଂସ୍ପର୍ଶରେ ଆସିଥିବେ ସେମାନଙ୍କର ମଧ୍ୟ ଆଣ୍ଟିଜେନ ଟେଷ୍ଟ କରାଯିବ । ଅଧିବେଶନ ଶେଷ ହେବା ପରେ ସମସ୍ତଙ୍କ ଆରଟିପିସିଆର ଟେଷ୍ଟ କରାଯିବ। ଏପଟେ ସମସ୍ତ ବିଧାୟକଙ୍କୁ ବୁଷ୍ଟର ଜୋଡ ପାଇଁ ଆରଏମଆରସି ସହ କଥା ହୋଇଛନ୍ତି ବାଚସ୍ପତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.