Below header

କେନ୍ଦ୍ରାପଡ଼ାବାସୀ ବିଜେଡିକୁ ଚାହାନ୍ତି , ବୈଜୟନ୍ତଙ୍କୁ ନୁହେଁ : ପ୍ରତାପ ଜେନା

ଭୁବନେଶ୍ବର(କେନ୍ୟୁଜ୍) : ବିଜେଡି ଦଳ ଓଡ଼ିଶା ଲୋକଙ୍କ ସହ ଅଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ଦ୍ୱାରା କୌଣସି ପ୍ରଭାବ ପଡିବନି। କେନ୍ଦ୍ରାପଡ଼ାବାସୀ BJDକୁ ଚାହାନ୍ତି,ବୈଜୟନ୍ତଙ୍କୁ ନୁହେଁ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

baijanta୨୨ବର୍ଷ ଧରି ସେ BJPରେ ମିଶିବାକୁ ଉଦ୍ୟମ କରୁଥିଲେ। ଦଳଠାରୁ ସମସ୍ତ ସୁବିଧା ସୁଯୋଗ ନେଇ ଏଭଳି ଚିନ୍ତାଧାରା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପ୍ରତାପ ଜେନା। ବିଜୁବାବୁ ଓ ନବୀନବାବୁଙ୍କ ଠାରୁ ବୈଜୟନ୍ତଙ୍କ ପରିବାର ଅନେକ ଫାଇଦା ନେଇଛନ୍ତି। BJDରୁ ରାଜ୍ୟସଭା ଓ ଲୋକସଭାର ସାଂସଦ ହୋଇଥିଲେ। ବୈଜୟନ୍ତଙ୍କ ମାଆ ମଧ୍ୟ ଦଳରୁ ରାଜ୍ୟସଭାକୁ ଯାଇଥିଲେ। ୨୦୦୪ରେ BJD ହାତ ଛାଡିବା ପରେ BJPସତ୍ତା ହରାଇଥିଲା ବୋଲି ପ୍ରତାପ ଜେନା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.