ଜାଣନ୍ତି କି କାହିଁକି ଭାରତରେ ମୋବାଇଲ ଡାଟା ସବୁଠାରୁ ଶସ୍ତା

ମୋବାଇଲ ଡାଟା ଭାରତରେ ସବୁଠୁ ଶସ୍ତା ଦରରେ ଉପଲବ୍ଧ ହେଉଛି। ଏଥିରେ ମୁକେଶ ଅମ୍ବାନୀଙ୍କ ନେତ୍ରୁତ୍ତ୍ବ ରିଲାଏନ୍ସ ଜିଓ ର ଗୁରୁତ୍ବପୁର୍ଣ୍ଣ ଭୂମିକା ରହିଛି। ଏକ ଜିବି ଡାଟାର ମୂଲ୍ୟ ୧୮ ଟଙ୍କା ୫୦ ପଇସା ଭଳି ନିମ୍ନ ସ୍ତରରେ ରହିଛି। ବିଶ୍ବରେ ଅନ୍ୟ ଦେଶ ଗୁଡିକରେ ଏହି ଦର ବହୁତ ଅଧିକ ରହିଛି ବିଶ୍ବ ସ୍ତରରେ ଏକ ଜିବି ମୋବାଇଲ ଡାଟାର ହାରାହାରି ଦର ୬୦୦ ଟଙ୍କା ରହିଛି।

ମୋବାଇଲ ଡାଟା ଦର ମଧ୍ୟରେ ଡଟ୍ କୋ ଡଟ୍ ୟୁକେ ନାମକ ସଂସ୍ଥା ପକ୍ଷରୁ ତୁଳନା କରାଯାଇଥିବା ରିପୋର୍ଟରେ ଏହି ଚିତ୍ର ପ୍ରଦାନ କରାଯାଇଛି। ବିଶ୍ବର ୨୩୦ଟି ଦେଶର ମୋବାଇଲ ଡାଟା ଦରକୁ ବିଚାରକୁ ନେଇ ଏହି ରିପୋର୍ଟ ତିଆରି କରାଯାଇଛି। ବ୍ରିଟେନରେ ୧ ଜିବି ମୋବାଇଲ୍ ଡାଟା ମୂଲ୍ୟ ୬.୬୬ ଡଲାର (୪୬୮ ଟଙ୍କା ) ହୋଇଥିବାବେଳେ ଆମେରିକାରେ ୧୨.୩୭ ଡଲାର ( ୮୬୯ ଟଙ୍କା ) ରହିଛି। ଏହି ରିପୋର୍ଟରେ ଭାରତକୁ ଜୀବନ୍ତ ସ୍ମାର୍ଟଫୋନ ଦେଶ ଭାବେ ଅଭିହିତ କରାଯାଇଛି। ଭାରତରେ ୪୩ କୋଟିରୁ ଅଧିକ ସ୍ମାର୍ଟଫୋନ ରହିଛି। ଚୀନ ପରେ ଭାରତ ହେଉଛି ଦ୍ବିତୀୟ ବଡ ସ୍ବାର୍ଟଫୋନ ବଜାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.