Below header

ଏପରି ଭାବେ କରନ୍ତୁ ନିଜକୁ ମେକଅପ , ଦେଖାଯିବେ ଆହୁରି ସୁନ୍ଦର

ସର୍ବଦା ଲୋକମାନେ ନିଜ ମୁହଁର ଦେଖାଶୁଣା କରିବା ପାଇଁ ସକାଳୁ-ସକାଳୁ ମୁହଁ ସଫା କରି ମଶ୍ଚରାଇଜର ଲଗାଇଥାନ୍ତି। ଏପରି କରିବା ଖରାପ ହୋଇଥାଏ। ଏପରି କିଛି ଝିଅମାନେ ଅଛନ୍ତି ଯେଉଁମାନଙ୍କୁ ମେକଅପ ହେବା ପାଇଁ ବିଲକୁଲ ପସନ୍ଦ ନଥାଏ ବା ସେମାନଙ୍କୁ ମେକଅପ ଆସେ ନାହିଁ। ସେହି ଝିଅମାନଙ୍କ ପାଇଁ ଆମେ ଏକ ସହଜ ଉପାୟ ଆଣିଛୁ , ଯାହା ଦ୍ବାରା ସେମାନେ ନିଜେ ମେକଅପ ହୋଇ ନିଜକୁ ସୁନ୍ଦର କରିପାରିବେ। ଆପଣ ଚାହିଁଲେ ମଧ୍ୟ ମେକଅପ ମ୍ୟାନର ସାହାଯ୍ୟ ନେଇପାରିବେ। କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି କିଛି ଉପାୟ କହିବୁ ଯାହା ଦ୍ବାରା ଆପଣ ନିଜେ ନିଜର ସୁନ୍ଦରତା ବଢାଇପାରିବେ।

face-cleanerପ୍ରଥମ ଷ୍ଟେପ

ପ୍ରଥମେ ଆପଣ ନିଜ ମୁହଁକୁ ଫେଶୱାଶ ଦ୍ବାରା ସଫା କରନ୍ତୁ ବା କ୍ଲିଞ୍ଜରର ବ୍ୟବହାର କରି ମୁହଁ ସଫା କରନ୍ତୁ। ମନେରଖନ୍ତୁ ଏହା କରିବା ସମୟରେ ହାତ ମୁହଁର ଉପରକୁ କରି ସଫା କରନ୍ତୁ। ପରେ କଟନରେ ମୁହଁକୁ ପୋଛି ମୁହଁରେ ଟୋନର ବ୍ୟବହାର କରନ୍ତୁ।

ଦ୍ବିତୀୟ ଷ୍ଟେପ

makeupଆପଣ ଫାଉଣ୍ଡେସନ ଲଗାଇ ଏହାକୁ ସ୍ପଞ୍ଜ ବା ହାତ ସାହାର‌୍ୟ୍ୟରେ ଭଲଭାବେ ମୁହଁରେ ମିଶାନ୍ତୁ। ଏହାପରେ କଂସୀଲର ବ୍ୟବହାର କରନ୍ତୁ। ଫାଉଣ୍ଡେସନ ବା କଂସୀଲର ମଧ୍ୟରୁ ଯେଉଁଟା ଆପଣଙ୍କ ପାଖରେ ଉପଲ୍ଲବ୍ଧ ତାହା ଆପଣ ବ୍ୟବହାର କରିପାରିବେ। କାରଣ ଏହି ଦୁଇଟି ଜିନିଷ ଆପଣଙ୍କ ତ୍ବଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।

ତୃତୀୟ ଷ୍ଟେପ

eyes-makeupମୁହଁ ପରେ ଆପଣ ଏବେ ଆଖିକୁ ଲକ୍ଷ୍ୟ କରନ୍ତୁ। ଏହାପରେ ମସ୍କରା ନେଇ ଆଖି ପତାରେ ବ୍ୟବହାର କରି ଆଖିକୁ ସାମାନ୍ୟ ଖୋଲା ରଖନ୍ତୁ। ଏହି ସମୟରେ ଆପଣଙ୍କୁ ଆଇ-ଲାଇନର ବ୍ୟବହାର କରିବା ପାଇଁ ଧର‌୍ୟ୍ୟ ବା ଅଭ୍ୟାସ ଥିବା ଦରକାର। ଏହି କାରଣରୁ ଆପଣ ଆଇ-ଲାଇନର ପରିବର୍ତ୍ତେ କାଜଲ ମଧ୍ୟ ବ୍ୟବହାର କରିପାରିବେ।

ଚତୁର୍ଥ ଷ୍ଟେପ

glasiଏବେ ଆପଣ ନିଜ ଗାଲର ଉପର ଅଂଶରେ ବ୍ଲଶ ବ୍ୟବହାର କରନ୍ତୁ। ଏହାର ବ୍ୟବହାର ଅଧିକା କରିବେ ନାହିଁ କାରଣ ଏହା ଆପଣଙ୍କ ଲୁକ୍ ଖରାପ କରିପାରେ।

ପଞ୍ଚମ ଷ୍ଟେପ

lipsticksଏହାପରେ ଆପଣ ନିଜ ପସନ୍ଦର ଲିପଷ୍ଟିକ୍ ବ୍ୟବହାର କରନ୍ତୁ। ମନେରଖନ୍ତୁ ଆପଣ କୌଣସି ପୋଗ୍ରାମରୁ ଫେରିବା ପରେ ସୁନିଶ୍ଚିତ ମେକଅପ୍ ଛଡ଼ାଇ ଶୁଅନ୍ତୁ । ଏଥିପାଇଁ ଆପଣ ମେକଅପ୍ ରିମୁଭର ମଧ୍ୟ ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.