Below header

ଲକ୍ଷ୍ନୌରେ ଦୁଇ କାଶ୍ମୀର ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଲୋକେ , ଆକ୍ରମଣର ଭିଡିଓ ହେଲା ଭାଇରାଲ୍‌

ଲକ୍ଷ୍ନୌ(କେନ୍ୟୁଜ୍) : ଲକ୍ଷ୍ନୌରେ ଦୁଇ ଜଣ କାଶ୍ମୀର ଯୁବକଙ୍କୁ ମାଡ଼। ଜନଗହଳିପୂର୍ଣ୍ଣ ମାର୍କେଟରେ କିଛି ଲୋକ ଠେଙ୍ଗାରେ ନିସ୍ତୁକ ପିଟିଥିଲେ। ଦୁଇ କାଶ୍ମୀର ଯୁବକ ଶୁଖିଲା ଖାଦ୍ୟ ବିକ୍ରି କରୁଥିବା ବେଳେ ସେମାନଙ୍କୁ ଆକ୍ରମଣ ହୋଇଥିଲା। ଏତିକିବେଳେ ସେମାନଙ୍କୁ ଉଦ୍ଧାର କରିଥିଲେ ସେଠାରେ ଥିବା କିଛି ସ୍ଥାନୀୟ ଲୋକ। ଆକ୍ରମଣର ଭିଡିଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି, ଆକ୍ରମଣକାରୀ ପ୍ରଥମେ ସେମାନଙ୍କୁ ନାଁ ପଚାରିଥିଲେ। ତାପରେ ଗାଳିଗୁଳଜ କରିବା ସହ ଠେଙ୍ଗାରେ ପିଟିଥିଲେ। ଭିଡ଼ିଓ ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି। ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍‌ ଅବଦୁଲ୍ଲା। ଟ୍ଵିଟ୍‌ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ।

ଦେଖନ୍ତୁ ଭିଡିଓ :

video courtesy :zee news

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.