ଏହି ଦେଶର ରାଷ୍ଟ୍ରପତି ୩୫ହଜାର ମହିଳାଙ୍କ ସହ ରଖିଥିଲେ ସମ୍ବନ୍ଧ, ୬୦୦ଥର ହୋଇଥିଲା ହତ୍ୟାର ଚେଷ୍ଟା

କେରେବିଆନ୍ ସାଗର ସ୍ଥିତ ଏକ ଦ୍ବୀପୟ ଦେଶ ହେଉଛି କ୍ୟୁବା। ଯାହାର ପୂର୍ବ ରାଷ୍ଟ୍ରପତିଙ୍କ ବିଷୟରେ ଏହା କୁହାଯାଇଥାଏ କି, ସେ ୮୨ବର୍ଷ ବୟସରେ ୩୫ହଜାର ମହିଳାଙ୍କ ସହ ସମ୍ବନ୍ଧ ସ୍ଥାପନ କରିଥିଲେ। ଏହି ଘଟଣାର ଖୁଲାସା ତାଙ୍କ ଉପରେ ବର୍ଣ୍ଣିତ ଏକ ଡକ୍ୟୁମେଣ୍ଟରୀରୁ ହୋଇଥିଲା। ମିଡିଆ ରିପୋର୍ଟରୁ ଜଣାପଡିଛି ଦୈନିକ ସେ ଦୁଇ ଭିନ୍ନ ମହିଳାଙ୍କ ସହ ସମ୍ବନ୍ଧ ସ୍ଥାପନ କରୁଥିଲେ। ଏହି ପ୍ରକ୍ରିୟା ୪ଦଶକରୁ ମଧ୍ୟ ଅଧିକ ସମୟ ପର‌୍ୟ୍ୟନ୍ତ ଚାଲୁ ରହିଥିଲା।

president 3

 

ଚାଞ୍ଚଲ୍ୟ ସୃଷ୍ଟି କରିଥିବା କ୍ୟୁବାର ଏହି ପୂର୍ବ ରାଷ୍ଟ୍ରପତିଙ୍କ ନାମ ଫିଦେଲ କାସ୍ତ୍ରୋ । ୧୯୫୯ ମସିହାରେ କ୍ରାନ୍ତି ଜରିଆରେ ଆମେରିକା ପିଟଠୁ ଫୁଗ୍ଳୋକିୟୋ ବିତିସ୍ତାଙ୍କୁ ବିତାଡିତ କରିବା ପରେ ସେ କ୍ୟୁବାରେ ତାଙ୍କ ସତ୍ତା ସ୍ଥାପନ କରିଥିଲେ। ତାଙ୍କୁ କମ୍ୟୁନିଷ୍ଟ କ୍ୟୁବାର ଜନକ ଭାବେ ମଧ୍ୟ କୁହାଯାଏ। ୨୦୧୬ ମସିହା ନଭେମ୍ବର ୨୫ରେ ୯୦ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା।

president 2

ରାଷ୍ଟ୍ରପତି ଫିଦେଲ କାସ୍ତ୍ରୋ, ବ୍ରିଟେନଙ୍କ ମହାରାଣୀ ଏବଂ ଥାଇଲ୍ୟାଣ୍ଡର ରାଜା ଦୁନିଆର ଏପରି ତିନି ରାଷ୍ଟ୍ରଧ୍ୟକ୍ଷ ଯେଉଁମାନେ ବହୁ ସମୟ ପର‌୍ୟ୍ୟନ୍ତ ରାଜ କରିଥିଲେ। ଫିଦେଲ କାସ୍ତ୍ରୋ ୧୯୫୯ ରୁ ୧୯୭୬ ମସିହା ପର‌୍ୟ୍ୟନ୍ତ କ୍ୟୁବାର ପ୍ରଧାନମନ୍ତ୍ରୀ ଏବଂ ୧୯୭୬ ରୁ ୨୦୦୮ ମସିହା ପର‌୍ୟ୍ୟନ୍ତ ରାଷ୍ଟ୍ରପତି ଭାବେ ନିୟୋଜିତ ରହିଥିଲେ।
ଫିଦେଲ କାସ୍ତ୍ରୋଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରିକର୍ଡରେ ସାମିଲ ରହିଛି।

ନିଶ୍ଚିତ ପଢ଼ନ୍ତୁ:ଇସ୍ରାଏଲ ସହ ଭାରତର ସମ୍ପର୍କକୁ ନେଇ ପାକିସ୍ତାନର ଭୟ, ଡରୁଛି କାଳେ ପୁଣି ଆକ୍ରମଣ ହେବକି ?

ଏହି ରେକର୍ଡ ସେ ଭାଷଣ ଦେଇ ପ୍ରସ୍ତୁତ କରିଥିଲେ। ୧୯୬୦ ମସିହା ସେପ୍ଟେମ୍ବର ୨୯ ତାରିଖରେ ସେ ସଂଯୁକ୍ତ ରାଷ୍ଟ୍ରରେ ପାଖାପାଖି ୪ ଘଣ୍ଟା ୨୯ ମିନିଟ ପର‌୍ୟ୍ୟନ୍ତ ଭାଷଣ ଦେଇଥିଲେ। ଏହା ପୂର୍ବରୁ ୭ଘଣ୍ଟା ୧୦ ମିନିଟ ପର‌୍ୟ୍ୟନ୍ତ ସବୁଠାରୁ ଲମ୍ବା ଭାଷଣ ସେ କ୍ୟୁବାରେ ୧୯୮୬ ମସିହାରେ ଦେଇଥିଲେ। ଏହାକୁ ସେ ହବାନାରେ ହୋଇଥିବା କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର କାର‌୍ୟ୍ୟକ୍ରମରେ ଦେଇଥିଲେ।

president cow

ଖାଲି ରାଷ୍ଟ୍ରପତି କାସ୍ତ୍ରୋ ନୁହଁ ତାଙ୍କର ଗାଇ ନାମରେ ମଧ୍ୟ ଏକ ରେକର୍ଡ ସାମିଲ ଥିଲା। ତାଙ୍କର ଗାଇ ଉବ୍ରୋ ବ୍ଳାନ୍ସା ଗୋଟିଏ ଦିନରେ ୧୧୦ ଲିଟର କ୍ଷୀର ଦେଇ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡରେ ନିଜର ନାମ ଦାଖଲ କରିଥିଲେ।
କାସ୍ତୋ ଏହା ମଧ୍ୟ ଦାବି କରିଥିଲେ କି ତାଙ୍କର ୬୦୦ରୁ ଅଧିକ ଥର ହତ୍ୟାର ଉଦ୍ୟମ କରାଯାଇଥିଲା। ଏହାର ଦୋଷ ସେ ମୁଖ୍ୟ ଭାବେ ଆମେରିକା ଇଣ୍ଟେଲିଜେନ୍ସିକୁ ଦେଇଥିଲେ। ଦାବି ଅନୁସାରେ ତାଙ୍କ ହତ୍ୟା କରିବା ପାଇଁ ବିଷାକ୍ତ ଔଷଧ, ବିଷାକ୍ତ ସିଗାର, ବିସ୍ଫୋଟକ ଏବଂ ବିଷାକ୍ତ ପାଉଡରର ବ୍ୟବହାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.