Below header

ବୁଢିଆଣୀ ଜାଲରୁ ପ୍ରସ୍ତୁତ ହୋଇପାରିବ ରୋବଟର କୃତିମ ମାଂସପେଶୀ

ବୁଢିଆଣୀ ଜାଲରେ ପ୍ରସ୍ତୁତ ହୋଇପାରିବ କୃତ୍ରିମ ମାଂସପେଶୀ । ଏପରି ଦାବି କରିଛନ୍ତି ମାସାଚ୍ୟୁଟ୍ସ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବିଶେଷଜ୍ଞ । ରିସର୍ଚ ଅନୁସାରେ ବୁଢିଆଣୀର ଜାଲକୁ ଏକ ନିଶ୍ଚିନ୍ତ ସ୍ତରରେ ରଖିଲେ ଏହା ସଂକୋଚିତ ହୋଇଥାଏ। ଏଥିରେ ଏକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଆଉ ଏହି ବିଶେଷ ପରିବର୍ତ୍ତନ କୃତିମ ମାଂସପେଶୀ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ବୌଜ୍ଞାନିକ। ଏହା ପୂର୍ବରୁ ହୋଇଥିବା ଭିନ୍ନ ଭିନ୍ନ ରିସର୍ଚ୍ଚରେ ଏହି ଜାଲରୁ ହାଲକା ଫାଇବର ପ୍ରସ୍ତୁତ କରାଯାଇଥିଲା । ଏହି ଜାଲ ଷ୍ଟିଲ ଠାରୁ ଅଧିକ ମଜବୁତ ବୋଲି କିଛି କିଛି ରିସର୍ଚ୍ଚରେ ଦାବି କରାଯାଇଛି ।

Spider-silk

୧. ବୌଜ୍ଞାନିକମାନେ ଜାଲରୁ ଏକ ନୂଆ ତଥ୍ୟ ବାହାର କରିଛନ୍ତି, ଏହାକୁ ସୁପରକଣ୍ଟ୍ରାକ୍ସନ କୁହାଯାଇଛି। ବୌଜ୍ଞାନିକମାନଙ୍କର ମତ ଅନୁଯାୟୀ ଯେପରି ନମନିୟତାରେ ଯେମିତି ପରିବର୍ତ୍ତନ ହେବା ସମୟରେ ଜାଲର ଫାଇବର ମଧ୍ୟ ସଂକୁଚିତ ହୋଇଥାଏ। ବିଶେଷ କରି ସକାଳ ସମୟରେ ଏହା ଅଳ୍ପ ବହୁତ ମଜଭୁତ ହୋଇଥାଏ।

୨. ସାଇନ୍ସ ଆଡଭାନ୍ସ ଜର୍ନାଲରେ ପ୍ରକାଶିତ ରିସର୍ଚ୍ଚ ଅନୁସାରେ, ନମନୀୟତା ମିଳିବା ପରେ ଏହାର ସୁତା ଗୁଡ଼ିକ ପରସ୍ପର ସହ ଗୁଡ଼େଇ ହୋଇଯାଇଥାଏ ଏବଂ ଏକ ପ୍ରକାର ଚାପ ସୃଷ୍ଟି କରିଥାଏ। ଏହା ପ୍ରମାଣ କରିବା ପାଇଁ ଏକ ପ୍ରକାର ପ୍ରୟୋଗ ମଧ୍ୟ କରାଯାଇଥିଲା ।

spider-silk-could-be-used-as-robotic-muscle

୩. ବିଶେଷଜ୍ଞଙ୍କ ଲିୟୁଙ୍କ ଅନୁସାରେ, ଜାଲର ଏକ ଫାଇବର କୁ ନେଇ ଏକ ଘଣ୍ଟାର ପେଣ୍ଡୁଲମ ତିଆରି କରି ହ୍ୟୁମିଡ଼ିଟି କଠୋରୀରେ ରଖାଯାଇଥିଲା । ଯେତେବେଳେ ଏହି ଘରର ନମନୀୟତା ବଢା ଯାଇଥିଲା ସେହି ସମୟରେ ଏହି ପେଣ୍ଡୁଲମଟି ବୁଲିବା ଆରମ୍ଭ କରିଥିଲା । ଏହା ଆଶ୍ଚର୍ଯ୍ୟଜନକ କଥା ଥିଲା। ଏହା ପରେ ବୈଜ୍ଞାନିକମାନେ ଏହାର ପ୍ରୟୋଗ କେଶରେ ମଧ୍ୟରେ କରିଥିଲେ, କିନ୍ତୁ ଏଥିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥି ଲା।

୪. ଏମ୍‌ଆଇଟି ପ୍ରଫେସର ମାର୍କସ ବହୁଲରଙ୍କ ମତ ଅନୁଯାୟୀ, ବୁଢିଆଣୀ ଜାଲର ଏହି ଗୁଣ ସୋବୋଟିକ୍ସ କମ୍ୟୁନିଟି ପାଇଁ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । କିଛି ଖାସ୍ ପ୍ରକାର ଏବଂ କଣ୍ଟ୍ରୋଲ ଡିଭାଇସକୁ ଏହା ସାହାଯ୍ୟରେ ଏହାକୁ ନିୟନ୍ତ୍ରିତ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.