Volkswagen କୁ ବଡ଼ ଝଟକା, ୫୦୦ କୋଟିର ଜରିମାନା ଲଗାଇଲା NGT

ଜର୍ମାନ୍ କାର୍ ନିର୍ମାତା ଭୋକ୍ସୱାଗନକୁ ବଡ଼ ଝଟକା । ୫୦୦ କୋଟି ଟଙ୍କା ଜରିମାନା ଲଗାଇଛି ଏନଜିଟି (ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍) । ଭୋକ୍ସୱାଗନକୁ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ରାଶି ଜମା କରିବାକୁ ନିର୍ଦ୍ଦେଶ ଦେଇଛି ଏନଜିଟି । କାରରେ ବେଆଇନ୍ ଭାବରେ ଚିପ୍ ସେଟ୍ ଲଗାଇବା ଅଭିଯୋଗରେ ଭୋକ୍ସୱାଗନ ଉପରେ ଏହି ଜରିମାନା ଲଗାଇଛି ଏନଜିଟି ।

ଗାଡି ବିରୋଧରେ ଅଭିଯୋଗ ରହିଛି ସେ ନିଜ ଡିଜିଟାଲ୍ କାରରୁ ନିର୍ଗତ ହେଉଥିବା କାର୍ବନୁ କମ୍ କରିବା ପାଇଁ ଏଭଳି ଚିପର ବ୍ୟବହାର କରିଛି ଯେଉଁଥିରେ ପ୍ରଦୂଷଣ ଯାଂଚକୁ ସହଜରେ ଠକାଯାଇପାରିବ । କମ୍ପାନୀ ମଧ୍ୟ ସ୍ବୀକାର କରିଛି ୨୦୦୮ରୁ ୨୦୧୫ ମଧ୍ୟରେ ପ୍ରାୟ ୧.୧୧ କୋଟି ଗାଡିରେ ଏହି ଡିଫିଟ୍ ଡିଭାଇସ୍ ବ୍ୟବହାର କରିଥିଲା । ତେବେ ଏହି ଘୋଟାଲା ପରେ କମ୍ପାନୀକୁ ଅନେକ କ୍ଷତି ସହିବାକୁ ପଡିଛି ।

ଏହା ପୂର୍ବରୁ ମଧ୍ୟ ଜାନୁଆରୀ ମାସରେ ଭୋକ୍ସୱାଗନ୍ ଉପରେ ୧୦୦ କୋଟିର ଜରିମାନା ଲଗାଯାଇଥିଲା । ଗାଡି ଯୋଗୁଁ ବାୟୁପ୍ରଦୂଷଣ ଅଧିକ ହେଉଥିବାରୁ ଏହି ଜରିମାନା ଲଗାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.