Below header

ଆଜି ପବିତ୍ର ପ୍ରଥମାଷ୍ଟମୀ, ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଆସିଛି ଭାର

ପୁରୀ(କେନ୍ୟୁଜ୍): ଆଜି ପବିତ୍ର ପ୍ରଥମାଷ୍ଟମୀ । ପୁରୀ ଶ୍ରୀମନ୍ଦିର ମହାପ୍ରଭୁଙ୍କ ମାମୁ ଘର ନିଆଳିର ମାଧବନ ମନ୍ଦିରରୁ ଆସିଛି ପୋଢ଼ୁଆଁ ଭାର । ପ୍ରଥମାଷ୍ଟମୀ ହୋଇଥିବାରୁ ଭାରରେ ଖଣ୍ଡୁଆପାଟ, ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼ ଓ ପାଚିଲା କଦଳୀ ଆଦି ଭାରରେ ଆସିଛି । ହଜାର ହଜାର ଭକ୍ତ ସଂକୀର୍ତ୍ତନ, ଢୋଲ, ମହୁର, ଘଣ୍ଟଘଣ୍ଟାରେ ଏକ ଭବ୍ୟ ପଟୁଆରରେ ବାହାରି ଆସି ପୁରୀରେ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.