କନ୍ଧମାଳ : ନିର୍ବାଚନ ପାଖେଇ ଆସିବା ସହ ଜୋର ଧରିଛି ଦଳ ଡିଆଁ ରାଜନୀତି। ଆସନ୍ତା ୨୩ ତାରିଖରେ କଂଗ୍ରେସରେ ଯୋଗଦେବେ ବିଜେଡି ଛାଡ଼ିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ନୟାଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପାରନ୍ତି। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରତ୍ୟୁଷା ରାଜେଶ୍ୱରୀ। ତାଙ୍କୁ ଦଳ ଲୋକସଭା ଟିକେଟ ଦେଇ ନଥିଲା।