Below header

ମୟୂରଭଞ୍ଜ: ଆମ୍ବୁଲାନ୍‌ସ ନେଲା ପ୍ରସୂତିଙ୍କ ଜୀବନ, ଅଧାବାଟରେ ତେଲ ସରିଯିବାରୁ ମେଡିକାଲରେ ପହଞ୍ଚିପାରିଲେନି ମହିଳା

ଆମ୍ବୁଲାନ୍‌ସ ନେଲା ପ୍ରସୂତିଙ୍କ ଜୀବନ। ପ୍ରସୂତିଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍‌ସରେ ଅଧାବାଟରେ ତେଲ ସରିଯିବାରୁ ଠିକ ସମୟରେ ମେଡିକାଲରେ ପହଞ୍ଚି ପାରିନଥିଲା। ପ୍ରସବ ବେଦନା ଅସହ୍ୟ ହେବା ପରେ ମେଡିକାଲ ଯିବା ବାଟରେ ପ୍ରାଣ ହରାଇଲେ ପ୍ରସୂତି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହାଣଦା ଅଞ୍ଚଳର ପ୍ରସୂତି ତୁଳସୀ ମୁଣ୍ଡା ଗତକାଲି ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା । ତେବେ ଅଧା ବାଟରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା । ପରେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ପ୍ରସୂତି ଓ ପିଲାର ମୃତ୍ୟୁ ହୋଇଥିଲା। ବାଙ୍ଗିରିପୋଷି ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.