ନବରାତ୍ରରେ ଜମୁଛି ଦାଣ୍ଡିଆର ଆସର, ଖଡ଼ିଆଳ ସହରର ବିଭିନ୍ନ ସ୍ଥାନରେ ଜମୁଛି ଦାଣ୍ଡିଆ ନୃତ୍ୟ

ନବରାତ୍ରରେ ଜମୁଛି ଦାଣ୍ଡିଆର ଆସର। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ବିଭିନ୍ନ ସ୍ଥାନରେ ସଂଧ୍ୟାରେ ଜମୁଛି ଦାଣ୍ଡିଆ ନୃତ୍ୟ। ନବରାତ୍ରର ପ୍ରଥମ ଦିନରୁ ହିଁ ସହରର ମନୋହର ଧର୍ମଶାଳାରେ ମାରୱାଡ଼ ମହିଳା ସମିତି ଆନୁକୂଲ୍ୟରେ ଜମୁଛି ଦାଣ୍ଡିଆ ଆସର। ଏଥିରେ କେବଳ ମାରୱାଡ଼ି ମହିଳା ନୁହନ୍ତି ବରଂ ସବୁ ବର୍ଗର ମହିଳାମାନେ ସାମିଲ ହୋଇଛନ୍ତି। ସେହିପି କୋମନା, ଖଡ଼ିଆଳ ରୋଡ଼ରେ ମଧ୍ୟ ଦାଣ୍ଡିଆ ଆସର ଜମୁଛି। ମହିଳାମାନେ ଏଥିରେ ସାମିଲ ହୋଇ ଦାଣ୍ଡିଆର ମଜା ଉଠାଉଛନ୍ତି। ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଜମୁଛି। ଦାଣ୍ଡିଆ ନୃତ୍ୟର ଉଦଯାପନୀ ଦିବସରେ ଉକୃଷ୍ଟ ଦାଣ୍ଡିଆ ନୃତ୍ୟାଙ୍ଗନାଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.