Below header

ଗଣେଶ ପୂଜା ଭସାଣ ଓ ଆଗାମୀ ଦଶହରା ପାଇଁ ପ୍ରସ୍ତୁତି: ୩ଟି ପର୍ଯ୍ୟାୟରେ ହେବ କଟକରେ ୧୨ଶହ ମେଢ ବିସର୍ଜନ

କଟକ(କେନ୍ୟୁଜ୍): ଗଣେଶ ପୂଜା ଭସାଣ ଓ ଆଗାମୀ ଦଶହରା ପାଇଁ କଟକ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି । ୩ଟି ପର୍ଯ୍ୟାୟରେ ହେବ କଟକରେ ୧୨ଶହ ମେଢ଼ ବିସର୍ଜନ ହେବ । ଆସନ୍ତାକାଲି ହେବ ଗଣେଶ ପୂଜା ପ୍ରଥମ ପର୍ଯ୍ୟାୟ ଭସାଣ । ସେହିପରି ୧୧ ତାରିଖ ଓ ପରେ ୧୮ ତାରିଖରେ ଭସାଣ ପାଇଁ ଦିନ ଧାର୍ଯ୍ୟ ହୋଇଛି। ୧୮ରେ ହେବାକୁ ଥିବା ଭସାଣ ପାଇଁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି । ଆଇନ ଶୃଙ୍ଖଳା ପାଇଁ ମୋଟ ୩୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର।

 

ମ୍ୟୁନିସିପାଲିଟି ପକ୍ଷରୁ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ। ସେହିପରି ଦଶହରା ପୂର୍ବରୁ କଟକ ସହରରେ ଲାଗିବ ପାଞ୍ଚଶହ ସିସିଟିଭ କ୍ୟାମେରା । ବର୍ତ୍ତମାନ ସୁଦ୍ଧା ମୁଖ୍ୟ ସଡ଼କ ଓ ଛକ ଗୁଡ଼ିକରେ ୨୨୦ଟି ସିସିଟିଭି କ୍ୟାମେରା ଲଗାସରିଛି। ବାକି ୨୮୦ଟି ସିସିଟିଭି କ୍ୟାମେରାକୁ ପୂଜା ପୂର୍ବରୁ ଲଗାଯିବ । ଡିସିପିଙ୍କ କାର୍ଯ୍ୟାଳୟରେ ରହିବ ସିସିଟିଭି କଣ୍ଟ୍ରୋଲ ରୁମ। କଣ୍ଟ୍ରୋଲ ରୁମର ନବୀକରଣ ପ୍ରକ୍ରିୟା ଆଗେଇ ରହିଛି। ପାର୍ବଣ ପୂର୍ବରୁ ବିଭିନ୍ନ ପୂଜା କମିଟି ଓ ବଣିକ କମିଟି ସହଯୋଗରେ ସିସିଟିଭି କ୍ୟାମେରା ଲଗାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.