କିଟ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟରେ ୧୩ତମ ଜାତୀୟ ମାର୍କେଟିଂ କନ୍‌କ୍ଲେଭ ଅନୁଷ୍ଠିତ, ଉଦାଘାଟନ କଲେ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍):  କିଟ୍‌ରେ ୧୩ତମ ଜାତୀୟ ମାର୍କେଟିଂ କନ୍‌କ୍ଲେଭ ଅନୁଷ୍ଠିତ। କିଟ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ ୧୩ତମ ଜାତୀୟ ମାର୍କେଟିଂ କନ୍‌କ୍ଲେଭ ଅନୁଷ୍ଠିତ ହୋଇଛି। ନୂତନ ପରିସ୍ଥିତିରେ ନୂଆ ବ୍ୟବସାୟ ମଡେଲ୍‌- ନ୍ୟୁ ବିଜିନେସ୍‌ ମଡେଲ୍‌ ଇନ୍‌ ଦ ନ୍ୟୁନର୍ମାଲ୍‌ ପ୍ରସଙ୍ଗ ଉପରେ ଅନୁଷ୍ଠିତ ଏହି କନ୍‌କ୍ଲେଭକୁ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି, ଯେ କୌଣସି କ୍ଷେତ୍ରରେ ମାର୍କେଟିଂ ମୁଖ୍ୟତଃ ଗୁଣବତ୍ତା ଓ ଉତ୍କର୍ଷତା ଉପରେ ନିର୍ଭର କରିଥାଏ। ଫଳରେ ମାର୍କେଟିଂ କ୍ଷେତ୍ରରେ ଆମେ ଯେଉଁ ରାସ୍ତା ଅବଲମ୍ବନ କରିବା ତାହା ସ୍ଥାୟୀ ଓ ବିଶ୍ୱସନୀୟ ହୋଇଥାଏ। ବର୍ତ୍ତମାନ ସମୟରେ ମାର୍କେଟିଂ କ୍ଷେତ୍ରରେ ତଥ୍ୟ ସଂଗ୍ରହ ଓ ତାହାର ବିଷ୍ଲେଶଣ ନିହାତି ଆବଶ୍ୟକ। କନ୍‌କ୍ଲେଭର ବିଷୟବସ୍ତୁ ଉପରେ ଆଲୋକପାତ କରି ଭି-ମାର୍ଟ ରିଟେଲ୍‌ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଲଳିତ ଅଗ୍ରୱାଲ୍‌ କହିଲେ, ବର୍ତ୍ତମାନ ସମୟରେ ଉପଭୋକ୍ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଦେଇଛି।

kiit2

ବର୍ତ୍ତମାନର ଡିଜିଟାଲ୍‌ ବିଶ୍ୱରେ ଲୋକେ ବିଶ୍ୱର ସବୁ ବିଷୟରେ ସବୁ ସମୟରେ ସବୁ କିଛି ଜାଣି ପାରୁଛନ୍ତି। ବର୍ତ୍ତମାନ ସମୟରେ ଆମକୁ ମାର୍କେଟିଂ କ୍ଷେତ୍ରରେ ଗ୍ରାହକକେନ୍ଦ୍ରିତ ଦୃଷ୍ଟିକୋଣ ଆପଣାଇବାକୁ ପଡିବ ବୋଲି ଶ୍ରୀ ଅଗ୍ରୱାଲ କହିଥିଲେ। ଉତ୍ପାଦ ସବୁବେଳେ ପ୍ରତ୍ୟେକଙ୍କ ପାଇଁ ମୂଲ୍ୟ ଓ ଲାଭଦାୟକ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିପାଇଁ ଆମକୁ ବ୍ୟବସାୟରେ ସାଧୁୁତା ଏବଂ ଦର ପାଇଁ ମୂଲ୍ୟ ଉପରେ ଦୃଷ୍ଟିଦେବା ଆବଶ୍ୟକ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କିଟ୍‌ ମ୍ୟାନେଜମେଣ୍ଟ ସ୍କୁଲ୍‌ ନିର୍ଦ୍ଦେଶକ ପ୍ରଫେସର ସରୋଜ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡିନ୍‌ ଡ. ସୁମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.