Below header

ବଡ଼ଓଷା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧବଳେଶ୍ୱର ପୀଠରେ ପ୍ରସ୍ତୁତି ବୈଠକ

କଟକ(କେନ୍ୟୁଜ୍): ବଡ଼ଓଷା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧବଳେଶ୍ୱର ପୀଠରେ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ଆସନ୍ତା ୮ ତାରିଖରୁ ପଞ୍ଚକ ବ୍ରତ ଆରମ୍ଭ ହୋଇ ନଭେମ୍ବର ୧୨ରେ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହେବ । ନଭେମ୍ବର ୧୦ ତାରିଖରେ ବଡ଼ଓଷା ପାଳନ କରାଯାଇ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଧବଳେଶ୍ୱରଙ୍କ ପାଖରେ ଗଜଭୋଗ କରାଯିବ । ପରଦିନ ଅର୍ଥାତ୍ ୧୧ ତାରିଖରେ ଗଜଭୋଗ ବିତରଣ କରାଯିବ । ପଞ୍ଚୁକ ୫ ଦିନ ମଧ୍ୟରୁ ୩ ଦିନ ବଡ଼ସଂହାର ବେଶ ହେବାକୁ ଥିବା ବେଳେ ବଡ଼ଓଷା ଦିନ ହରିହର ବେଶ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯୋଗୀ ବେଶରେ ମହାପ୍ରଭୁ ଧବଳେଶ୍ୱର ଭକ୍ତଙ୍କୁ ଦର୍ଶନ ଦେବେ । ବୈଠକରେ ସ୍ୱାସ୍ଥ୍ୟ ପରିମଳ, ଟ୍ରାଫିକ୍‌, ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଏବର୍ଷ ଝୁଲାପୋଲର ମାହାସୁଲ ୫ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମଞ୍ଚେଶ୍ୱର ପଟୁ ଡଙ୍ଗା ଭଡ଼ା ୨୦ ଟଙ୍କା ରହିଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ, ୩ ଜଣ ଆଡିସନାଲ୍ ଏସ୍‌ପି, ୨୪ ଜଣ ଇନ୍‌ସପେକ୍ଟର ଓ ୮୧ ସବ୍ ଇନ୍‌ସପେକ୍ଟର ମୁତୟନ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.