Below header

ଆଉ ମାତ୍ର କିଛି ଦିନ ପରେ ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା, ଶାଶୁ ଘରୁ ବାପ ଘରକୁ ବିଜେ କରିବେ ମା’

ବ୍ରହ୍ମପୁର: ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କୋଭିଡ ସ୍ଥିତି । ସବୁ କିଛି ସ୍ୱାଭାବିକ ହେବାରେ ଲାଗିଛି । ଚଳଚଞ୍ଚଳ ହୋଇଉଠିଛି ଧର୍ମାନୁଷ୍ଠାନ । ଆଉ ସେହି କ୍ରମରେ ରେଶମ ସହର ବ୍ରହ୍ମପୁରରେ ହେବାକୁ ଯାଉଛି ମା’ ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା। ଏଥିପାଇଁ ମା’ଙ୍କର ବାପ ଘର ଏବଂ ଶାଶୁ ଘର ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ବ୍ରହ୍ମପୁର ବାପ ଘରକୁ ଯିବେ ମାଆ।

ଆଉ ମାତ୍ର କିଛି ଦିନର ଅପେକ୍ଷା । ବିରାଟ ପଟୁଆରରେ ଶାଶୁ ଘରୁ ବାହାରି ବାପ ଘରେ ବିଜେ କରିବେ ମା’ ବୁଢ଼ୀ ସାଆନ୍ତାଣୀ। ଶିବରାତ୍ରି ପରେ ସ୍ଥାପନ ହେବ ମାଆଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି । ଏଥି ପାଇଁ ଯାତ୍ରାର ମୁଖ୍ୟ ପୁରୋଧା ଦେଶୀ ବେହେରାଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରାଇବା ପାଇଁ ବିଧାୟକଙ୍କ ସହ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା ହୋଇଛି ।

ରେଶମ ସହରରେ ଏହି ଯାତ୍ରାର ପରମ୍ପରା ବହୁ ପୁରାତନ । ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ ଏହି ଯାତ୍ରା । ଶାଶୁଘର ତଥା ସ୍ଥାୟୀ ମନ୍ଦିରରେ ମାଆ ଦର୍ଶନ ଦେଉଥିଲେ ମଧ୍ୟ ଏହି ଯାତ୍ରାକୁ ଉତ୍କଣ୍ଠାର ସହ ଅନାଇ ବସିଥାନ୍ତି ଶହ ଶହ ଶ୍ରଦ୍ଧାଳୁ । ସେପଟେ ମାଆଙ୍କୁ ନେବା ପାଇଁ ବାପ ଘରୁ ନିମନ୍ତ୍ରଣ ଆସିବା ପରେ ପ୍ରସ୍ତୁତି ଆରମ୍ଭ କରିଦେଇଛୁ ବୋଲି କହିଛନ୍ତି ସ୍ଥାୟୀ ମନ୍ଦିରର ମୁଖ୍ୟ ପୂଜକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.