ଆସିଗଲା ଫିଲ୍ମ ‘ସର୍କସ’ର ରିଲିଜ୍‌ ତାରିଖ‌, ଡବଲ୍‌ ରୋଲ୍‌ରେ ନଜର ଆସିବେ ରଣବୀର ସିଂ, ନେଉଛନ୍ତି ଏତେ କୋଟି !

ବଲିଉଡ୍‌ ଆକ୍ଟର ରଣବୀର ସିଂ ନିଜ ଫିଲ୍ମ ‘ସର୍କସ’କୁ ନେଇ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ସହ ଜଡ଼ିତ ଆଉ ଏକ ଖବର ସାମ୍ନାକୁ ଆସିଛି। ତାହା ହେଉଛି, ଫିଲ୍ମର ଡାଇରେକ୍ଟର ରୋହିତ ଶେଟ୍ଟୀ ‘ସର୍କସ’ର ରିଲିଜ୍‌ ତାରିଖ ବିଷୟରେ ଘୋଷଣା କରିଛନ୍ତି। ରିପୋର୍ଟ ମୁତାବକ, ଏହି ଫିଲ୍ମକୁ ଚଳିତବର୍ଷ ଡିସେମ୍ବର ଶେଷ ନଚେତ୍‌ ନୂଆ ବର୍ଷ ସପ୍ତାହରେ ରିଲିଜ୍‌ କରି ଦିଆଯିବ। ଫିଲ୍ମର ଶୁଟିଂ ୨୦୨୦ ନଭେମ୍ବରରୁ ମୁମ୍ବାଇର ମେହବୁବ୍‌ ଷ୍ଟୁଡିଓରେ ଆରମ୍ଭ ହୋଇସାରିଛି।

ଫିଲ୍ମରେ ରଣବୀର ସିଂ, ପୂଜା ହେଗଡେ ଓ ଜ୍ୟାକଲିନ୍‌ ଫର୍ନାଡିଜ୍‌ଙ୍କୁ ମେନ୍‌ଲିଡ କାଷ୍ଟ ପାଇଁ ସାଇନ୍‌ କରାଯାଇଛି। ‘ସିମ୍ବା’ ପରେ ରୋହିତ ଶେଟ୍ଟୀ ଓ ରଣବୀର ସିଂଙ୍କ ଯୋଡ଼ି ପୁଣିଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଆସିବ। ଏହି ଫିଲ୍ମକୁ ଭୂଷଣ କୁମାର ପ୍ରଯୋଜନା କରୁଛନ୍ତି। ଖବର ରହିଛି କି, ଏହାର ଶୁଟିଂ ଫେବୃଆରୀ ସୁଦ୍ଧା ପୂରା ହୋଇଯିବ। ଫିଲ୍ମଟି ସେକ୍ସପିୟରଙ୍କ ନାଟକ ‘The Comedy of Errors’ ଉପରେ ଆଧାରିତ ରହିଛି।

ସୂଚନା ମୁତାବକ, ରଣବୀର ଏହି ଫିଲ୍ମ ପାଇଁ ୫୦ କୋଟି ଟଙ୍କା ଫିସ୍‌ ନେଉଛନ୍ତି। ଫିଲ୍ମର ଶୁଟିଂ ଆସନ୍ତା ମାସରୁ ମୁମ୍ବାଇ, ଉଟି ଏବଂ ଗୋଆରେ ଆରମ୍ଭ ହେବ। ଏହି ଫିଲ୍ମ ଛଡ଼ା ରଣବୀର ସିଂ ଓ ରୋହିତ ଶେଟ୍ଟୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ମଧ୍ୟ ଏକାଠି କାମ କରୁଛନ୍ତି। ଏଥିରେ ଅକ୍ଷୟ କୁମାର ଲିଡ୍‌ ରୋଲ୍‌ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.