Below header

ଦେଢ଼ ମାସ ପରେ ମିଳିଲା ନିଖୋଜ ଶିଶୁପୁତ୍ର, ଉଦ୍ଧାର କଲା ବଡ଼ଚଣା ପୋଲିସ

ଯାଜପୁର (କେନ୍ୟୁଜ) : ଧାନମଣ୍ଡଳରୁ ନିଖୋଜ ହୋଇଥିବା ଶିଶୁପୁତ୍ର ଉଦ୍ଧାର। ପାଖାପାଖି ଦେଢ଼ ମାସ ପରେ ତାଳଚେର ଅଞ୍ଚଳରୁ ନିଖୋଜ ଶିଶୁପୁତ୍ରକୁ ଠାବ କଲା ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ।

ଗତ ୨୪ ତାରିଖରେ ଧାନମଣ୍ଡଳର ରାମ ଜଜଙ୍କ ୪ବର୍ଷର ପୁଅ ଚିଣ୍ଟୁ ହଠାତ ନିଖୋଜ ହୋଇଥିବା ପରିବାର ପକ୍ଷରୁ ଧାନମଣ୍ଡଳ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ପରେ ବଡ଼ଚଣା ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ତେବେ ଗତକାଲି ରାତିରେ ତାଳଚେର ଅଞ୍ଚଳରୁ ଶିଶୁପୁତ୍ରକୁ ଠାବ କରାଯିବା ସହ ସେଠାରୁ ଉଦ୍ଧାର କରାଯାଇ ଆଜି ବଡ଼ଚଣା ଥାନାକୁ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ। ଦୀର୍ଘ ଦେଢ଼ ମାସ ପରେ ପରିବାର ଲୋକେ ଶିଶୁଟିକୁ ପାଇ ବେଶ ଖୁସିବ୍ୟକ୍ତ କରିବା ସହ ପୋଲିସର ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.