Below header

ଇଏ କି ପାଗଳାମୀ ! ଥଣ୍ଡାରୁ ରକ୍ଷା ପାଇବା ପାଇଁ ୫୦୦ ଟଙ୍କିଆ ବିଡ଼ା ଜାଳିଦେଲେ ବ୍ୟକ୍ତି

ଅତ୍ୟଧିକ ଥଣ୍ଡାରୁ କିଛିଟା ରକ୍ଷା ପାଇବା ପାଇଁ ଲୋକେ ସାଧାରଣତଃ ନିଆଁର ସାହାରା ନେଇଥାନ୍ତି । ଆଉ ଏହି ନିଆଁ ପାଇଁ ଲୋକେ କାଠି, କୁଟା, କାଗଜ, ପ୍ଲାଷ୍ଟିକ ପରି ଆବର୍ଜନା ଆଦିର ବ୍ୟବହାର କରିଥାନ୍ତି । କିନ୍ତୁ ଥଣ୍ଡାରୁ ବଞ୍ଚିବା ପାଇଁ ଯେ ଜଣେ ନୋଟ ଜଳାଇପାରେ ସେ କଥା ହୁଏତ ଆପଣ ବିଶ୍ୱାସ କରିବେ ନାହିଁ । ହୁଏତ ଜଣେ ମାନସିକ ଭାରସ୍ୟାମ ହରାଇଥିବା ବ୍ୟକ୍ତି ହିଁ ଏପରି ଏକ ପାଗଳାମି କରିପାରେ । ହଁ ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ଜଣେ ବ୍ୟକ୍ତି ହିଁ ଏପରି କରିଛନ୍ତି । ଖାଲି ନୋଟ ନୁହେଁ ଅଳଙ୍କାର , ମୋବାଇଲ ଫୋନ ପରି ଦାମିକା ଜିନିଷକୁ ନିଆଁରେ ପକାଇ ନିଜକୁ ଉଷୁମାଇଛନ୍ତି ବ୍ୟକ୍ତିଜଣଙ୍କ ।

ଏକ ଗଣମାଧ୍ୟମ ତରଫରୁ ମିଳିଥିବା ସୂଚନା ମୁତାବକ, ମହୋବାର କୋତବାଲି ଅଂଚଳର ପୁରୁଣା ପରିବା ହାଟ ପରିସରରେ ଜଣେ ବ୍ୟକ୍ତି ୫୦୦ ଟଙ୍କିଆ ନୋଟ ଗୁଡିକରେ ନିଆଁ ଲଗାଇ ଦେଇଥିଲେ । ପାଖ ଅଞ୍ଚଳର କିଛି ସଫେଇ କର୍ମଚାରୀଙ୍କ ଅନୁଯାୟୀ ବ୍ୟକ୍ତି ଲକ୍ଷ ଲକ୍ଷ ମୂଲ୍ୟର ନଗଦ ଟଙ୍କା, 2ଟି ଆଣ୍ଡ୍ରଏଡ଼ ମୋବାଇଲ ଫୋନ ସମେତ କିଛି ସୁନା ରୁପା ଅଳଙ୍କାର ସହ ଏକ ଧାରୁଆ ଅସ୍ତ୍ରରେ ହଠାତ ନିଆଁ ଲଗେଇ ଦେଇଥିଲେ । ଚାହୁଁ ଚାହୁଁ ଏସବୁ ମାତ୍ର କିଛି ମିନିଟ ଭିତରେ ପୋଡି ପାଉଁଶ ହୋଇ ଯାଇଥିଲା ।

ସବୁଠୁ ଆଶ୍ଚର୍ଯ୍ୟର କଥା ବ୍ୟକ୍ତିଙ୍କୁ ଯେବେ ଏବାବଦରେ ପଚରା ଯାଇଥିଲା ସେ ହସି ହସି କହିଥିଲେକି, “ମୋତେ ବହୁତ ଜୋରରେ ଥଣ୍ଡା ଲାଗୁଥିଲା, ତେଣୁ ନିଆଁ ଜଳେଇ ନିଜକୁ ଥଣ୍ଡା କବଳରୁ ବଞ୍ଚେଇବା ପାଇଁ ଚେଷ୍ଟା କରିଥିଲି । ଏହି ମାମଲାର ଯାଂଚ ସ୍ଥାନୀୟ ପୋଲିସ ଆରମ୍ଭ କରିଦେଇଛନ୍ତି । କିନ୍ତୁ ଏପରି ଜଣେ ଲୋକ ପାଖରେ ଏତେ ଧନରତ୍ନ କେମିତି ଆସିଲା ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.