ପରିବା ମାର୍କେଟ ଉପରେ ମାଡ଼ିଗଲା ପିକଅପ୍‌ ଭ୍ୟାନ, ବ୍ୟବସାୟୀ ମୃତ

ଟିଟିଲାଗଡ଼: ପରିବା ମାର୍କେଟ ଉପରେ ମାଡ଼ିଗଲା ପିକଅପ୍‌ ଭ୍ୟାନ। ଫଳରେ ଘଟଣାସ୍ଥଳରେ ଜଣେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ବ୍ୟବସାୟୀ ଗୁରୁତର ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ଘର ଆଦିବାସୀପଡା ବୋଲି ଜଣାପଡିଛି। ପରିବା ବ୍ୟବସାୟୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଥାନା ନିକଟରେ କିଛି ଉଠା ପରିବା ବ୍ୟବସାୟୀ ପ୍ରତିଦିନ ଭଳି ବସି ବେପାର କରୁଥିଲେ। ଏହି ସମୟରେ ହଠାତ୍‌ ଏକ ପିକଅପ ଭ୍ୟାନ ଖୁବ ସ୍ପିଡରେ ଆସି ସେମାନଙ୍କ ଉପରେ ଚଢିଯାଇଥିଲା। ଫଳରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ପିକଅପ ଭ୍ୟାନକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.