ରାଜ୍ଯସଭାରେ କାନ୍ଦିଲେ ମୋଦି, ଜାଣନ୍ତୁ କ’ଣ ଥିଲା କାରଣ

ରାଜ୍ୟସଭାରେ ଗୁଲାମନବୀଙ୍କ ଆଜି ଶେଷଦିନ । ନିଜ ବିଦାୟୀ ଭାଷଣରେ ଗୁଲାମନବୀ କହିଛନ୍ତି ମୁଁ ସେ ସୌଭାଗ୍ୟଶାଳୀ ଲୋକଙ୍କ ଭିତରୁ ଜଣେ, ଯିଏ କେବେ ପାକିସ୍ତାନ ଯାଇନାହି । ଯେବେ ପାକିସ୍ତାନର ପରିସ୍ଥିତି ବିଷୟରେ ଜାଣିବାକୁ ପାଏ ମତେ ହିନ୍ଦୁସ୍ତାନୀ ମୁସଲିମ ହେବାର ଗର୍ବ ଅନୁଭବ ହୁଏ । ଏହାଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖିରୁ ଝରିଲା ଲୁହ। ମୋଦି ପାଲଟିଗଲେ ଭାବବିହ୍ବଳ। ତାଙ୍କୁ ସାଲୁଟ୍ଯ ମାରି ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।
ରାଜ୍ୟସଭାରେ ୪ଜଣ ସାଂସଦଙ୍କୁ ବିଦାୟକାଳୀନ ଭାଷଣ ସମୟରେ ଭାବୁକ ପାଲଟି ଯାଇଥିଲେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା । ନିଜର ଭାଷଣ ବେଳେ ଲୁହ ପୋଛି ପିଏମ୍ ମୋଦି ରାଜ୍ୟସଭାରେ ବିପକ୍ଷ ନେତା ଗୁଲାମ ନବୀ ଆଜାଦଙ୍କର କାର୍ଯ୍ୟକାଳ ସରିବା ନେଇ ସେଥିରେ ଜଡ଼ିତ ଏକ ପୁରୁଣା କଥାକୁ ମନେପକାଇ ଥିଲେ ଏବଂ ପ୍ରଧାନମନ୍ତ୍ରୀ ଭାବ ବିହ୍ବଳ ହୋଇ ଯାଇଥିଲେ ।
I will never forget Shri Azad’s efforts and Shri Pranab Mukherjee’s efforts when people from Gujarat were stuck in Kashmir due to a terror attack. Ghulam Nabi Ji was constantly following up, he sounded as concerned as if those stuck were his own family members: PM Modi
— PMO India (@PMOIndia) February 9, 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି କଥାକୁ ମନେ ପକାଇଥିଲେ, ଯେବେ ଥରେ ଗୁଜରାଟର ଯାତ୍ରୀଙ୍କ ଉପରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପାଖାପାଖି ୮ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ସବୁଠି ପ୍ରଥମେ ଗୁଲାମ ନବୀଙ୍କର ମୋ ପାଖକୁ ଫୋନ୍ ଆସିଥିଲା , ସେ ଫୋନ୍ କେବଳ ସୂଚନା ଦେବା ପାଇଁ ନଥିଲା । ଏହି କଥା କହିବା ମୋଦି ଅଧିକ ମର୍ମାହତ ହୋଇଥିଲେ।