Below header

Android ଫୋନ୍‌, ପିସି ଓ ଲାପ୍‌ଟପକୁ ଭାଇରସ୍‌ ଆଟାକ୍‌ରୁ ବଞ୍ଚେଇବା ପାଇଁ ଡାଉନଲୋଡ୍‌ କରନ୍ତୁ ଏହି ୫ ଫ୍ରି ଟୁଲ୍‌

ସାଧାରଣତଃ ଆମେ ଆମର ସବୁ ଜରୁରୀ ସଫ୍ଟ ଡକ୍ୟୁମେଣ୍ଟ ଏବଂ ଡାଟାକୁ କମ୍ପ୍ୟୁଟର କିମ୍ବା ଲାପ୍‌ଟପରେ ସେଭ୍‌ କରିଦେଇଥାଉ। କିନ୍ତୁ ହ୍ୟାକର୍ସଙ୍କ ଦ୍ୱାରା ଏହି ଡାଟା ବୋଟ୍‌ ଆଟାକ୍‌ରେ ଚୋରି ହୋଇଯାଇପାରେ। ଏହି ସମସ୍ୟାରୁ ମୁକୁଳିବା ପାଇଁ ଆପଣ ଭାରତ ସରକାରଙ୍କ ଦ୍ୱାରା ଉପଲବ୍ଧ କରାଯାଇଥିବା ୫ଟି ବୋଟ୍‌ ରିମୁଭାଲ୍‌ ଫ୍ରି ଟୁଲ୍ ଡାଉନ୍‌ଲୋଡ କରିପାରିବେ।

The Ministry of Electronics and Information ‘ସାଇବର ସ୍ୱଚ୍ଛ କେନ୍ଦ୍ର (Botnet Cleaning and Malware Analysis Center)’ର ଅଂଶ ସ୍ୱରୂପ ପିସି, ସ୍ମାର୍ଟଫୋନ ଏବଂ ଡିଜିଟାଲ ଡିଭାଇସ୍‌ଗୁଡ଼ିକୁ ବୋଟ୍‌ନେଟ ଆଟାକ୍‌ରୁ ସୁରକ୍ଷିତ ରଖିବା ପାଇଁ ୭ ଟୁଲ୍‌ ଉପଲବ୍ଧ କରାଇଛି। ଏହି ଟୁଲ୍ସ ଭାରତୀୟ କମ୍ପ୍ୟୁଟର ଇମରଜେନ୍ସି ରେସ୍‌ପନ୍ସ ଟିମ୍‌(CERT-In) ଦ୍ୱାରା କ୍ୱିକ୍‌ ହିଲ୍‌, ESCAN ଏବଂ ଅନ୍ୟ ପାର୍ଟନରଙ୍କ ସହଯୋଗରେ ଅପରେଟ୍‌ କରାଯାଉଛି।

ବୋଟ୍‌ନେଟ କ’ଣ

ବୋଟ୍‌ନେଟ ହ୍ୟାକର୍ସଙ୍କ ଦ୍ୱାରା ନିୟନ୍ତ୍ରିତ କରାଯାଇଥାଏ। ଏହାକୁ ସ୍ପାମ୍‌ ପଠାଇବା, ଡାଟା ଚୋରି କରିବା, ଅନ୍‌ଅଥରାଇଜଡ ଆକ୍ସେସ୍‌ ହାସଲ କରିବା ଏବଂ ଡିଡିଏସ୍‌ଏସ୍‌ ଆଟାକ୍‌ ପାଇଁ ଉପଯୋଗ କରାଯାଇଥାଏ। ଆଜି ଆମେ ଆପଣଙ୍କୁ ୫ ଫ୍ରି ବୋଟ୍‌ ରିମୁଭାଲ୍‌ ଟୁଲ୍ ବିଷୟରେ ସୂଚନା ଦେବୁ।

୧. Microsoft Wind PC ପାଇଁ Quick Heel ଫ୍ରି ବୋଟ୍‌ ରିମୁଭାଲ ଟୁଲ୍‌: ଏହା ଏକ ଫ୍ରି ଟୁଲ୍‌। ଏହାକୁ ସାଇବର ସିକ୍ୟୁରିଟି ଫର୍ମ କ୍ୱିକ୍‌ ହିଲ୍‌, CERT-In ସହିତ ଉପଲବ୍ଧ କରାଇଥାଏ। ଏହି ଟୁଲ୍‌ ଦ୍ୱାରା ବୋଟ୍‌ ରିମୁଭ କରାଯାଇପାରେ।

୨. Window PC ପାଇଁ e-Scan ଆଣ୍ଟି ଭାଇରସ୍‌ର ଫ୍ରି ବୋଟ୍‌ ରିମୁଭାଲ୍‌ ଟୁଲ୍‌: ଏହା ଅନ୍ୟ ଏକ ଫ୍ରି ଟୁଲ୍‌। ଏହାକୁ District e-Scal Antivirus ଦ୍ୱାରା ଯୋଗାଇ ଦିଆଯାଇଥାଏ।

୩. Android ଫୋନ୍‌ ପାଇଁ eScanAV CERT-In ଟୁଲ୍‌କିଟ୍‌: eScanAV CERT-In ଏକ ସ୍ମାର୍ଟଫୋନ ସେଫ୍ଟି ଟୁଲ୍‌କିଟ୍‌ ଲଞ୍ଚ୍‌ କରିଛି। ଏହାକୁ ଆପଣ ବୋଟ୍‌ ସହ ଲଢ଼ିବା ପାଇଁ ଗୁଗଲ ପ୍ଲେ ଷ୍ଟୋର୍‌ରୁ ଡାଉନଲୋଡ କରିପାରିବେ।

୪. USB Pratirodh ଡେସ୍କଟପ୍‌ ସିକ୍ୟୁରିଟି ସଲ୍ୟୁଶନ: USB Pratirodh ଏକ ଡେସ୍କଟପ୍‌ ସିକ୍ୟୁରିଟି ସଲ୍ୟୁଶନ, ଯାହାକି ପେନ୍‌ ଡ୍ରାଇଭ୍‌, ଏକ୍ସଟରନାଲ୍‌ ହାର୍ଡ ଡ୍ରାଇଭ୍‌, ସେଲ୍‌ ଫୋନ୍‌ ଏବଂ ଅନ୍ୟ ସମର୍ଥିତ USB ମାସ୍‌ ଷ୍ଟୋରେଜ୍‌ ଡିଭାଇସ୍‌ ଭଳି ରିମୁଭେବଲ୍‌ ଷ୍ଟୋରେଜ୍‌ ମିଡିଆ ଉପଯୋଗକୁ କଣ୍ଟ୍ରୋଲ କରିଥାଏ।

୫. AppSamvid ଟୁଲ୍‌: AppSamvid ଓ୍ଵିଣ୍ଡୋଜ୍‌ ଅପରେଟିଙ୍ଗ୍‌ ସିଷ୍ଟମ୍‌ ପାଇଁ ଏକ ଡେସ୍କଟପ୍‌ ଆଧାରିତ ଆପ୍ଲିକେଶନ ହ୍ଵାଇଟ୍‌‌ଲିଷ୍ଟିଙ୍ଗ୍‌ ସଲ୍ୟୁଶନ। ଏହା ଏଗ୍‌ଜିକ୍ୟୁଶନ ପାଇଁ ଏଗ୍‌ଜିକ୍ୟୁଟେଜ ଫାଇଲ୍‌ଗୁଡ଼ିକର କେବଳ ପ୍ରି-ଆପ୍ରୁଭାଲ୍‌ ସେଟ୍‌କୁ ଅନୁମତି ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.