Below header

Chocolate Dayରେ ବନାନ୍ତୁ ସ୍ପେଶାଲ ଚକୋଲେଟ୍‌ କେକ୍‌, ଏକଦମ୍‌ ଖୁସି ହୋଇଯିବେ ପାର୍ଟନର

ଚକୋଲେଟ କେକ ବନାଇବା ପାଇଁ ସାମଗ୍ରୀ

  • ୧ କପ୍‌ ମଇଦା
  • ୧/୪ କପ୍‌ କୋକୋ ପାଉଡର
  • ୧, ୧/୪ ଚାମଚ ବେକିଙ୍ଗ୍‌ ପାଉଡର
  • ୧/୪ କପ୍‌ ଲହୁଣୀ
  • ୩/୪ କପ୍‌ କଷ୍ଟାର୍ଡ ସୁଗାର
  • ୧/୪ କପ୍‌ ପାଣି
  • ୨ କପ୍‌ ଅଣ୍ଡା
  • ୧/୨ ଚାମଚ ଭାନିଲା ଆସେନ୍ସ
  • ୧/୮ ଚାମଚ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ଚକୋଲେଟ କେକ ବନାଇବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ମଇଦା, କୋକୋ ପାଉଡର ଏବଂ ବେକିଙ୍ଗ ପାଉଡରକୁ ମିଶାଇ ଏଥିରେ ବଟର, ପେଶି ରଖିଥିବା ଚିନି, ଲୁଣ, ପାଣି ଏବଂ ଭାନିଲା ଆସେନ୍ସକୁ ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଯେମିତି ଏଥିରେ କୌଣସି ବିଣ୍ଡା ନହେବ। ଏବେ ଏହି ମିଶ୍ରଣରେ ଅଣ୍ଡା ପକାଇ ଏହାକୁ ଫେଣ୍ଟି ଦିଅନ୍ତୁ। ଏବେ ଏହି ମିଶ୍ରଣକୁ କେକ୍‌ ଟିନରେ ବାହାର କରନ୍ତୁ।

ଏହାପରେ କୁକରକୁ ଆଞ୍ଚରେ ରଖି ଅତିକମରେ ୪ ମିନିଟ୍‌ ପର୍ଯ୍ୟନ୍ତ ଫୁଲ ଆଞ୍ଚରେ ଗରମ କରନ୍ତୁ। ଏହାପରେ ବେକିଙ୍ଗ୍‌ ଟିନକୁ କୁକରରେ ରଖିଦିଅନ୍ତୁ। ଏବେ ଏକଦମ୍‌ କମ୍‌ ଆଞ୍ଚରେ କେକକୁ ଧୀମା ଆଞ୍ଚରେ ବସାଇ ଦିଅନ୍ତୁ। ଏହାକୁ ପ୍ରାୟ ୩୦ ମିନିଟ୍‌ ପର୍ଯ୍ୟନ୍ତ ବେକ କରନ୍ତୁ। କେକକୁ ଛୁରି କିମ୍ବା ଟୁଥ ପିକରେ ଚେକ କରନ୍ତୁ ହୋଇଛି ନା ନାହିଁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଚକୋଲେଟ କେକ। ଏବେ ଆପଣ ନିଜ ସାଥିଙ୍କୁ ଏହି କେକକୁ ଖୁଆଇ ଆପଣଙ୍କ ପ୍ରେମକୁ ପରିପ୍ରକାଶ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.