Below header

ଗଞ୍ଜାମ ମେଣ୍ଡାରାଜପୁର ବସ୍‌ ଦୁର୍ଘଟଣାକୁ ବର୍ଷେ, ଏବେ ବି ମନରୁ ଲିଭିନି ସେହି ଭୟାବହ ଦୃଶ୍ୟ

ଗଞ୍ଜାମ: ଗଞ୍ଜାମ ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଡରାଜପୁର ଗାଁରେ ଘଟିଥିବା ବସ୍‌ ଦୁର୍ଘଟଣାକୁ ଆଜି ବର୍ଷେ ପୂରିଛି। ହେଲେ ଏବେବି ଲୋକଙ୍କ ମନରୁ ଲିଭିନି ସେହି ଭୟାବହ ଦୃଶ୍ୟ। ମନେ ପଡିଲେ ଆଜି ବି ଲୋମ ଟାଙ୍କୁରି ଉଠୁଛି। ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଥିଲେ। ଗୁରୁତର ୧୧ ଆହତଙ୍କ ମଧ୍ୟରୁ କିଏ ହାତ ହରାଇଛି ତ ଆଉ କିଏ ପଙ୍ଗୁ ହୋଇଯାଇଛି। ଏପରି ଅବସ୍ଥାରେ ସେମାନଙ୍କ ଘରେ ଚୁଲି ଜଳିବା ବି କଷ୍ଟକର ହୋଇପଡୁଛି। ଆଉ ଭାଙ୍ଗି ରୁଜି ଯାଇଛି ସ୍ୱପ୍ନ। ଦୁର୍ଘଟଣା ସବୁକିଛି ଚୁରମାର କରି ଦେଇଥିବାବେଳେ ସରକାରଙ୍କୁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

୨୦୨୦ ଫେବ୍ରୁଆରୀ ୯ ତାରିଖ ଆଜିର ଦିନରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଏକ ନିର୍ବନ୍ଧ ଭୋଜିରେ ଯୋଗ ଦେବା ଲାଗି ମେଣ୍ଡାରାଜପୁର ଗ୍ରାମବାସୀ ଚିକରଡା ଗାଁକୁ ବସ୍‌ରେ ଯାଉଥିବାବେଳେ ମେଣ୍ଡାରାଜପୁର ଗାଁ ନିକଟରେ ରାସ୍ତା ଉପରେ ଝୁଲି ରହିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.