ଟ୍ୟୁସନ ସାର୍‌ଙ୍କ ମାଡ଼ରେ ଭାଙ୍ଗିଲା ଛାତ୍ରର ହାତ, ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ମାହାଙ୍ଗା: ଟ୍ୟୁସନ ସାର୍‌ଙ୍କ ମାଡରେ ଛାତ୍ର ଗୁରୁତର। ଏଭଳି ଗୁରୁତର ଅଭିଯୋଗ ଆସିଛି କଟକ ଜିଲ୍ଲାର ମାହାଙ୍ଗା ଥାନାକୁ। ଥାନା ଅନ୍ତର୍ଗତ କୋଳିଅଠା ଗାଁରେ ଟ୍ୟୁସନ ସାରଙ୍କ ମାଡ଼ରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର ହୋଇଛି । ଛାତ୍ରର ପିଠିରେ ଦାଗ ପଡିବା ସହ ହାତ ଭାଙ୍ଗି ଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ଗୁରୁତର ନାବାଳକକୁ ପ୍ରଥମେ ମାହାଙ୍ଗା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ ଛାତ୍ରଙ୍କ ପରିବାର ପକ୍ଷରୁ ମାହାଙ୍ଗା ଥାନାରେ ଅଭିଯୋଗ କରାଯାଇଛି । ଅନ୍ୟପଟେ ୫ ଦିନ ହେବ ଛାତ୍ର ଜଣଙ୍କ ଗଣିତ କରିନଥିବାରୁ ମାଡ଼ ମାରିଥିବା କହିଛନ୍ତି ଟ୍ୟୁସନ୍‌ ଶିକ୍ଷକ ମୃତ୍ୟୁଞ୍ଜୟ ସାମଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.