Below header

ବେବି ବମ୍ପ ସହ କ୍ଲିନିକ୍‌ ବାହାରେ ନଜର ଆସିଲେ କରୀନା କପୁର, ଗର୍ଭାବସ୍ଥାକୁ ଚାଲିଛି ନଅ ମାସ

ବଲିଉଡର ବେବୋ କରୀନା କପୁର ଖାନ ନିଜ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବା ପ୍ରସ୍ତୁତିରେ। କରୀନାଙ୍କ ପ୍ରେଗନାନ୍ସୀକୁ ନଅ ମାସ ଚାଲୁଛି ଏବଂ ନିଜ ଦ୍ୱିତୀୟ ସନ୍ତାନକୁ କେବେବି ଜନ୍ମ ଦେଇପାରନ୍ତି। ଏହାକୁ ନେଇ କରୀନା କପୁର କ୍ଲିନିକକୁ ନିଜର ରୁଟୀନ ଚେକଅପ୍‌ ପାଇଁ ଯାଉଛନ୍ତି। ତେବେ କ୍ଲିନିକ ଯାଉଥିବା ସମୟରେ ତାଙ୍କୁ ସ୍ପଟ୍‌ କରାଯାଇଛି। ଫ୍ୟାନ୍ସ କରୀନାଙ୍କୁ ନେଇ ଚାତକ ଭଳି ଚାହିଁ ରହିଛନ୍ତି।

ବିରଳ ଭୟାନୀ ନିଜ ସୋସିଆଲ ମିଡିଆରେ ହ୍ୟାଣ୍ଡେଲରେ କରୀନାଙ୍କ ଫଟୋକୁ ପୋଷ୍ଟ କରିଛନ୍ତି। ଯେଉଁଥିରେ କରୀନା ହ୍ଵାଇଟ୍‌ ଲଙ୍ଗ୍‌ ଟି-ସାର୍ଟ ଏବଂ ବ୍ଲାକ ସ୍କିନୀ ଜିନ୍ସରେ ନଜର ଆସୁଛନ୍ତି। କରୀନା ଏଥିରେ ଗ୍ରୀନ କଲରର ମାସ୍କ ଲଗାଇଛନ୍ତି ଏବଂ କେଶକୁ ଖୋଲା ରଖିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ଲାଗୁଛନ୍ତି।

କରୀନାଙ୍କର ଏହି କୁଲ ଲୁକକୁ ବହୁତ ପସନ୍ଦ କରୁଛନ୍ତି ଲୋକେ। ଗର୍ଭାବସ୍ଥା ସମୟରେ କରୀନା ଲଗାତର ଅଲଗା ଅଲଗା ସାନଦାର ଲୁକରେ ନଜର ଆସୁଛନ୍ତି। ଗର୍ଭାବସ୍ଥାରେ ବି କରୀନା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.