Below header

୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌, ବଜେଟ୍‌ ଉପସ୍ଥାପନ କଲେ ବିକ୍ରମ କେଶରୀ ଆରୁଖ

ବିଧାନସଭାରେ ଆଗତ ହେଲା ଅନ୍ତରୀଣ ବଜେଟ୍ । ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍‌ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଉପସ୍ଥାପନ କରିଛନ୍ତି ।

ଭୁବନେଶ୍ୱର : ଆଜି ବିଧାନସଭାରେ ଆଗତ ହୋଇଛି ଲେଖାନୁଦାନ ବଜେଟ୍। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବଜେଟ୍ ଆକଳନ କରାଯାଇଛି। ସେଥିରୁ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର ଲେଖାନୁଦାନ ବଜେଟ୍ ରହିଛି।

୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୨୪-୨୫ ଆର୍ଥିକ ବର୍ଷରେ ବଜେଟ୍ ଆକାର ୧୧ ପ୍ରତିଶତ ଅଧିକ ରହିଛି। ଲେଖାନୁଦାନ ବଜେଟ୍ ଆଗତ କରିବା ସହ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଓଡ଼ିଶା ବର୍ତ୍ତମାନ ୧ଶହ ମିଲିଅନ ଡଲାରରୁ ଅଧିକ ଅର୍ଥନୀତିରେ ପରିଣତ ହୋଇଛି। ୨୦୧୫-୧୬ ଆର୍ଥିକ ବର୍ଷଠାରୁ ରାଜ୍ୟର ହାରାହାରି ଅଭିବୃଦ୍ଧି ଦେଶର ହାରାହାରି ଅଭିବୃଦ୍ଧିଠାରୁ ୧ ପ୍ରତିଶତ ଅଧିକ ରହିଛି। ରାଜ୍ୟର ମୁଣ୍ଡପିଛା ଆୟ ଜାତୀୟ ହାରାହାରି ଆୟ ମଧ୍ୟରେ ବ୍ୟବଧାନ ୩୨ ପ୍ରତିଶତରୁ ୧୩ ପ୍ରତିଶତକୁ ହ୍ରାସ ପାଇଛି। ୨୦୨୩-୨୪ରେ ଦେଶର ଅଭିବୃଦ୍ଧି ୭. ୩ ପ୍ରତିଶତ ଆକଳନ କରାଯାଇଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ୮. ୫ ପ୍ରତିଶତ ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

୨୦୨୪-୨୫ ଆର୍ଥିକ ବର୍ଷରେ ମେଟ୍ରୋ ପାଇଁ ୧ ହଜାର କୋଟି ବ୍ୟୟବରାଦ। ଭୁବନେଶ୍ୱର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ ହୋଇଛି । ଆଗାମୀ ୫ ବର୍ଷରେ ୧୮୫୮ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ l ୫ ବର୍ଷରେ ୩୩୮୯ କୋଟି ବ୍ୟୟ କରାଯିବ । ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ ହୋଇଛି ।

କୃଷି କ୍ଷେତ୍ରରେ ୨୮,୯୮୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଯାହାକି ପୂର୍ବ ବର୍ଷର ବ୍ୟୟବରାଦ ତୁଳନାରେ ୧୬.୬ ପ୍ରତିଶତ ଅଧିକ ଅଟେ । କାଳିଆ ଯୋଜନାରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଧାନ ମୂଲ୍ୟ ଠିକ ସମୟରେ ପ୍ରଦାନ ପାଇଁ ୨ ହଜାର କୋଟି ଟଙ୍କାର ଏକ ରିଭଲଭିଂ ଫଣ୍ଡ ଗଠନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.