ରାତି ୩ଟାରେ ଅଫିସରେ କାମ କରୁଥିଲେ କର୍ମଚାରୀ, ହଠାତ୍‌ ପଶିଆସିଲେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ

କାମ କରୁଥିଲେ କର୍ମଚାରୀ । ହଠାତ୍‌ ପହଁଚିଗଲେ ଦୁର୍ବୃତ୍ତ । ତାପରେ ସ୍ଥିତି ଆପଣଙ୍କ ସାମ୍ନାରେ ।

ବଣାଇ (କେନ୍ୟୁଜ): ସିସିଟିଭିରେ କଏଦ ହେଲା ସବୁକିଛି । କେମିତି ଚୋର ଚୋରି କରୁଛନ୍ତି ଦେଖନ୍ତୁ । ମାରଣାସ୍ତ୍ର ଦେଖାଇ କେମିତି ଡରାଉଛନ୍ତି ଲୋକେ ଦେଖନ୍ତୁ । କାମ କରୁଥିଲେ କର୍ମଚାରୀ । ହଠାତ୍‌ ପହଁଚିଗଲେ ଦୁର୍ବୃତ୍ତ । ତାପରେ ସ୍ଥିତି ଆପଣଙ୍କ ସାମ୍ନାରେ ।

ଏ ହେଉଛି ସୁନ୍ଦରଗଡ ଜିଲ୍ଲା କୋଇଡା ଟେନସା ଫାଣ୍ଡି ଅଧିନସ୍ଥ ରୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା କ୍ରାକର୍ସ ଇଣ୍ଡିଆ କାର୍ଯ୍ୟାଳୟର । ଦେଖନ୍ତୁ କେମିତି କାମ କରୁ କରୁ ହଠାତ୍‌ ପଶି ଆସିଲେ ଡକାୟତ୍‌ । ତାପରେ କାର୍ଯାଳୟରେ କର୍ମଚାରୀ ଡରିଯାଉଛନ୍ତି । ଗତକାଲି ରାତି ୩ ଟା ସମୟରେ ଅଫିସରେ ପଶି ଏମିତି କଳାକନା ବୁଲାଇ ଚାଲିଯାଇଛନ୍ତି । ୫ ଜଣ ଦୁର୍ବୁତ୍ତ ବାଇକ୍ ଯୋଗେ ଆସି ମାରଣାସ୍ତ୍ର ଦେଖାଇ ୧୦ ଲକ୍ଷ ଲୁଟିନେଇଯାଇଛନ୍ତି ।

ତେବେ ଚୋର ମାନଙ୍କ ଏହି କଳା କାରନାମାର ଚିତ୍ର କ୍ୟାମେରାରେ କଏଦ ହୋଇଯାଇଛି । ଯେଉଁଠି ସବୁକିଛି ସ୍ପଷ୍ଟ ଭାବେ ଦେଖାଯାଉଛି । ପୋଲିସ ଖବର ଘଟଣାସ୍ଥଳଳରେ ପହଁଚି ଛାନବିନ୍‌ ଜାରି ରଖିଛି । ଏଥିସହିତ CCTV କୁ ଜବତ କରିଛି । ଯାହାରି ଆଧାରରେ ପୋଲିସ ଖୋଳତାଡ ଆରମ୍ଭ କରିଦେଇଛି ।

ପୂର୍ବରୁ ସେମାନେ ଆସି ଥିବା ଅନୁମାନ କରୁଛନ୍ତି କେଉଁଠାରେ ଟଙ୍କା ରଖାଯାଇଛି କଣ ସବୁକିଛି ଜାଣିଥିଲେ ଏହି ଦୁର୍ବୃତ୍ତ । ସେଠାରୁ ଆସି ଟଙ୍କା ନେଇ ବାଇକରେ ତୁରନ୍ତ ଫେରାର ହେଇଯାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.