ଏବେ ଲିଭ୍‌ ଇନରେ ରହିବା ପାଇଁ କରିବେ ରେଜିଷ୍ଟ୍ରେସନ୍‌, ନ କରିବେ ୨୫ ହଜାର ଟଙ୍କା ଦେବେ ନହେଲେ ଜେଲ ଯିବେ

ଏବେ ଏହି ଲିଭ୍‌ ଇନକୁ ନେଇ ନିୟମ ପୂରା କଡାକଡି କରାଯାଉଛି । ଯାହାପରେ ଯଦି କେହି ଲିଭ୍‌ ଇନରେ ରହିବାକୁ ଚାହିେଁବେ ତାହେଲେ କପଲଙ୍କୁ ରେଜିଷ୍ଟ୍ରେସନ କରିବା ବାଧ୍ୟମୂଳକ । ଆଉ ଯଦି ବାଧ୍ୟତାମୂଳକ ରେଜିଷ୍ଟ୍ରେସନ କରୁନାହାଁନ୍ତି ତାହେଲେ ୬ ମାସ ଜେଲ ଦଣ୍ଡାଦେଶ ଅଥବା ୨୫ ହଜାର ଟଙ୍କା ଦଣ୍ଡବିଧାନ କରାଯିବ ।

ଏବେ ଲିଭ୍‌ ଇନ୍‌ ଶବ୍ଦ ଯେମିତି ବହୁତ ସାଧାରଣ ହେଇଗଲାଣି । ଲିଭ୍‌ ଇନରେ ରହିବା ଏବେ କପଲଙ୍କ ପାଇଁ ଯେମିତି ବହୁତ ସହଜ ହୋଇଗଳାଣି । କିନ୍ତୁ ଏବେ ଏହି ଲିଭ୍‌ ଇନକୁ ନେଇ ନିୟମ ପୂରା କଡାକଡି କରାଯାଉଛି । ଯାହାପରେ ଯଦି କେହି ଲିଭ୍‌ ଇନରେ ରହିବାକୁ ଚାହିେଁବେ ତାହେଲେ କପଲଙ୍କୁ ରେଜିଷ୍ଟ୍ରେସନ କରିବା ବାଧ୍ୟମୂଳକ । ଆଉ ଯଦି ବାଧ୍ୟତାମୂଳକ ରେଜିଷ୍ଟ୍ରେସନ କରୁନାହାଁନ୍ତି ତାହେଲେ ୬ ମାସ ଜେଲ ଦଣ୍ଡାଦେଶ ଅଥବା ୨୫ ହଜାର ଟଙ୍କା ଦଣ୍ଡବିଧାନ କରାଯିବ ।

ପାରମ୍ପରିକ ରୀତିନୀତିରୁ ଉପୁଜିଥିବା ଅସଙ୍ଗତିକୁ ଦୂର କରିବା ଉଦ୍ଦେଶ୍ୟରେ ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ସମାନ ନାଗରିକ ସଂଘିତା ବିଲ୍ ବା ୟୁସିସି । କେତେକ ଆଇନ ବହୁବିବାହକୁ ଅନୁମତି ଦେଇଥାଏ । ଦ୍ୱିତୀୟ ବିବାହ ହିନ୍ଦୁ, ଖ୍ରୀଷ୍ଟିଆନ ଓ ପାର୍ସୀମାନଙ୍କ ପାଇଁ ଅପରାଧ ହୋଇଥିବାରୁ ଏଥିରେ ୭ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ସେଥିପାଇଁ କିଛି ଲୋକ ଧର୍ମ ପରିବର୍ତ୍ତନ କରି ପୁଣି ଥରେ ବିବାହ କରିଥାନ୍ତି ।

ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହେବା ପରେ ବହୁବିବାହ ଉପରେ ପ୍ରତିବନ୍ଧକ ଲଗାଯିବ । ବହୁ ବିବାହକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ । କିଛି ଧର୍ମରେ ଝିଅମାନେ କମ୍ ବୟସରେ ମଧ୍ୟ ବିବାହ କରିଥାନ୍ତି । ପୁଅ-ଝିଅଙ୍କ ଶାରୀରିକ ଓ ମାନସିକ ସ୍ତରରେ ପରିପକ୍ୱ ହୋଇନଥିବା ବେଳେ ଅନ୍ୟ ଧର୍ମରେ ଝିଅଙ୍କ ପାଇଁ ୧୮ ଓ ପୁଅଙ୍କ ପାଇଁ ୨୧ ବର୍ଷ ବୟସ ଲାଗୁ ହୋଇଥାଏ ।

ରେଜିଷ୍ଟ୍ରେସନ କରିଥିବା କପଲଙ୍କ ସୂଚନା ଅଭିବାଭକଙ୍କୁ ଦିଆଯିବ

ରେଜିଷ୍ଟ୍ରେସନ କରିଥିବା କପଲଙ୍କ ସୂଚନା ରେଜିଷ୍ଟାରକୁ ସେମାନଙ୍କ ବାପା ମାଆଙ୍କୁ ଦିଆଯିବ । ଲିଭ ଇନରେ ରହିବା ସମୟରେ ଯଦି ସନ୍ତାନ ଜନ୍ମ ହୁଏ ତାହେଲେ ସନ୍ତାନଙ୍କୁ ସେହି ଦମ୍ପତିଙ୍କ ସନ୍ତାନ ବୋଲି ମନାଯିବ । ଏହି ସନ୍ତାନକୁ ଜୈବିକ ସନ୍ତାନର ସମସ୍ତ ଅଧିକାର ପ୍ରାପ୍ତ ହେବ ।

ତେବେ ଜାଣନ୍ତୁ ରିଲେସନସିପର ନିୟମ

ସବୁ ଧର୍ମରେ ଝିଅଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ ହେବ । ମହିଳା ଓ ପୁରୁଷଙ୍କୁ ଛାଡ଼ପତ୍ରର ସମାନ ଅଧିକାର ମିଳିବ । ଲିଭ୍ ଇନ୍ ରିଲେସନ୍ ସିପ୍ ଘୋଷଣା କରିବା ଜରୁରୀ । ଲିଭ୍ ଇନ୍ ରେଜିଷ୍ଟ୍ରେସନ ନକଲେ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଲିଭ୍ ଇନ୍ ରେ ଜନ୍ମିତ ପିଲାମାନଙ୍କର ସଂପତିରେ ସମାନ ଅଧିକାର ରହିଛି । ମହିଳାଙ୍କ ପାଇଁ ପୁନର୍ବିବାହ ପାଇଁ କୌଣସି ସର୍ତ୍ତ ରହିବ ନାହିଁ ।

ଯଦି ଅନୁସୂଚିତ ଜନଜାତି ପରିସର ବାହାରେ ଅଛନ୍ତି ପତ୍ନୀ ବଞ୍ଚିତ ଥିବାବେଳେ ବହୁବିବାହ ନିଷେଧ । ଦ୍ୱିତୀୟ ବିବାହ ହୋଇପାରିବ ନାହିଁ । ବିନା ପଞ୍ଜୀକରଣ ସୁବିଧାରେ ବିବାହ ପଞ୍ଜୀକରଣ ଜରୁରୀ ନୁହେଁ । କନ୍ୟାମାନଙ୍କୁ ଉତରାଧିକାରୀ ଭାବେ ସମାନ ଅଧିକାର ମିଳିବ ।

ତେବେ ଜାଣନ୍ତୁ ୟୁସିସି ଲାଗୁ ହେଲେ କ’ଣ ହେବ?

ସବୁ ଧର୍ମରେ ବିବାହ ଓ ଛାଡ଼ପତ୍ର ପାଇଁ ସମାନ ନିୟମ ରହିବ । ହିନ୍ଦୁ ଧର୍ମ ସହିତ ଅନ୍ୟ ଧର୍ମମାନଙ୍କ ପାଇଁ ମଧ୍ୟ ସମାନ ନିୟମ ରହିବ । ବିନା ଛାଡ଼ପତ୍ରରେ ଏକାଧିକ ବିବାହ କରିପାରିବେ ନାହିଁ । ମୁସଲମାନମାନେ ଅତି କମରେ ୪ ବର୍ଷ ବିବାହ କରିପାରିବେ ନାହିଁ

ଜାଣନ୍ତୁ ୟୁସିସିରେ କ’ଣ ପରିବର୍ତ୍ତନ ହେବନାହିଁ?

ଧାର୍ମିକ ବିଶ୍ୱାସ କୌଣସି ଗୁରୁତ୍ୱ ଦେବ ନାହିଁ । ଧାର୍ମିକ ରୀତିନୀତି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଖାଇବା ପିଇବା, ପୂଜା, ପୋଷାକ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

ଉତ୍ତରାଖଣ୍ଡ ବିଧାନସଭାରେ ବିରୋଧୀ ବିଧାୟକମାନେ ୟୁସିସି ବିଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜଣେ ବିରୋଧୀ ବିଧାୟକ ସରକାରଙ୍କୁ ପଚାରିଛନ୍ତି ଯେ ଯଦି ରାଜ୍ୟର କୌଣସି ବ୍ୟକ୍ତି ଉତ୍ତରାଖଣ୍ଡ ବାହାରେ ଲିଭ୍ ଇନ୍ ରିଲେସନ୍ ସିପରେ ରହୁଛନ୍ତି ତେବେ କ’ଣ କରିବେ କାରଣ ୟୁସିସି କେବଳ ଉତ୍ତରାଖଣ୍ଡରେ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.