Below header

ଖାଲି ପାଦରେ ବିନ୍ଦୁସାଗରରୁ ଚାଲି ଚାଲି ଗଲେ ମହାମହିମ, ଗର୍ଭଗୃହରେ ପ୍ରଭୁ ଲିଙ୍ଗରାଜଙ୍କୁ କଲେ ଜଳାଭିଷେକ

ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଫେରି ଯାଇଛନ୍ତି । ବିମାନବନ୍ଦରରେ ତାଙ୍କୁ ବିଦାୟ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(ବ୍ୟୁରୋ): ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଫେରି ଯାଇଛନ୍ତି । ବିମାନବନ୍ଦରରେ ତାଙ୍କୁ ବିଦାୟ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତିକିବେଳେ ମୁଖ୍ୟ ସଚିବ, ପୋଲିସ ଡିଜି ଓ ଭୁବନେଶ୍ୱର ମେୟର ଉପସ୍ଥିତ ଥିଲେ ।

ଆଜି ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ ମହାମହିମ । ବିନ୍ଦୁସାଗର ନିକଟରୁ ଖାଲି ପାଦରେ ଚାଲି ଚାଲି ଯାଇଥିଲେ । ତାଙ୍କ ସହ ଥିଲେ ଝିଅ । ବିନ୍ଦୁସାଗର ଦେଇ ଯାଇଥିଲେ ଲିଙ୍ଗରାଜ ମନ୍ଦିର । ରାଷ୍ଟ୍ରପତିଙ୍କୁ ମନ୍ଦିର ନିକଟରେ ସ୍ୱାଗତ କରିଥିଲେ ୩ ନିଯୋଗ ସମ୍ପାଦକ ।

ପ୍ରଥମେ ସିଦ୍ଧି ବିନାୟକଙ୍କୁ ପୂଜାର୍ଚ୍ଚନା କରିଥିଲେ । ପରେ ଗର୍ଭଗୃହରେ ମହାପ୍ରଭୁଙ୍କୁ ଜଳାଭିଷେକ ଓ କ୍ଷୀରାଭିଷେକ କରିଥିଲେ ରାଷ୍ଟ୍ରପତି । ତାପରେ ମାଆ ପାର୍ବତୀଙ୍କୁ ଦର୍ଶନ କରିଥିଲେ । ଏହାପରେ ବେଢ଼ା ପରିକ୍ରମା କରିଥିଲେ ମହାମହିମ । ଶେଷରେ ନନ୍ଦିଭୃଙ୍ଗୀଙ୍କୁ ଦର୍ଶନ କରି ବାହରିଥିଲେ । ମନ୍ଦିର ଭିତରେ ରେଜିଷ୍ଟରରେ ଦସ୍ତଖତ କରିଛନ୍ତି ମହାମହିମ । ମନ୍ଦିରର ଶାନ୍ତ ଓ ସ୍ନିଗ୍ଧ ପରିବେଶ ମଧ୍ୟରେ ପ୍ରଭୁଙ୍କ ଦର୍ଶନ କରି ଦିବ୍ୟ ଆନନ୍ଦ ଲାଭ କରିଛନ୍ତି ବୋଲି ଲେଖିଛନ୍ତି । ଦେଶବାସୀଙ୍କ ସୁଖ, ସମୃଦ୍ଧି ତଥା ବିଶ୍ୱ କଲ୍ୟାଣ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରିଥିବା ଲେଖିଛନ୍ତି ରାଷ୍ଟ୍ରପତି । ପ୍ରଭୁ ଲିଙ୍ଗରାଜଙ୍କୁ ରାଷ୍ଟ୍ରପତି ଦର୍ଶନ କରିବା ବେଳେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.