Below header

ଭାରତର ଇନିଂସ ବିଜୟ, ଅଢେଇ ଦିନରେ ୧୩୨ରନରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ବର୍ଡର ଗାଭାସ୍କର ଟ୍ରଫିରେ କମାଲ କଲା ଭାରତ । ୧୩୨ ରନରେ ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ଝଟ୍କା ଦେଇଛି ଟିମ୍ ଇଣ୍ଡିଆ । ଆର ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଯୋଡି କଙ୍ଗାରୁ ଦଳର ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି ।

ବର୍ଡର ଗାଭାସ୍କର ଟ୍ରଫିରେ କମାଲ କଲା ଭାରତ । ପ୍ରଥମ ଟେଷ୍ଟ ମ୍ୟାଚ୍‌ ମାତ୍ର ଅଢେଇ ଦିନରେ ଶେଷ। ନାଗପୁର ଟେଷ୍ଟ ଜିତିଲା ରୋହିତ ବାହିନୀ । ଇନିଂସ ଓ ୧୩୨ ରନରେ ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ଝଟ୍କା ଦେଇଛି ଟିମ୍ ଇଣ୍ଡିଆ । ଆର ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଯୋଡି କଙ୍ଗାରୁ ଦଳର ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ଆଉ ମ୍ୟାଚର ହିରୋ ସାଜିଛନ୍ତି ଏହି ଦୁଇ ଷ୍ଟାର ଖେଳାଳି । ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିଛି ଭାରତ ।

ବ୍ୟାଟିଂ ପରେ ବୋଲିଂରେ କମାଲ୍‌ ଦେଖାଇଲେ ଅଶ୍ୱିନ ଏବଂ ଜାଡେଜା । ଦ୍ୱିତୀୟ ଇନିଂସରେ ଅଶ୍ୱିନ ୫ଟି ଓ୍ଵିକେଟ ନେଇଥିଲେ । ସେହିପରି ଜାଡେଜା ୨ଟି ଓ୍ଵିକେଟ ନେଇଥିଲେ । ମାତ୍ର ୯୧ ରନରେ ପାଭିଲିୟନ ଫେରିଥିଲେ କଙ୍ଗାରୁ ଦଳର ସମସ୍ତ ଖେଳାଳି । ତାରକା ବ୍ୟାଟର୍ ଷ୍ଟିଭ ସ୍ମିଥ ସର୍ବାଧିକ ୨୪ ରନ୍ କରି ଆଉଟ୍ ହୋଇଥିଲେ ।

ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୧୭୭ରନ୍ କରି ଅଲଆଉଟ୍ ହୋଇଥିଲା । ରବୀନ୍ଦ୍ର ଜାଡେଜାଙ୍କୁ ମିଳିଥିଲା ୫ଟି ଓ୍ଵିକେଟ୍ । ସେହିଭଳି ୪୦୦ ରନ ସହ ୨୨୩ ରନରେ ଆଗୁଆ ଥିଲା ଭାରତ । ସ୍ପିନ ଆଟେକକୁ ନେଇ ଅଷ୍ଟ୍ରେଲିଆର ଯେଉଁ ଭୟ ଥିଲା ତାହା ସତ ସାବ୍ୟସ୍ତ ହୋଇଛି । ଆଉ ୩ଦିନରେ ଭାରତ ଜିତିଛି ସିରିଜର ପ୍ରଥମ ମ୍ୟାଚ । ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗରେ ରହିଛି।

ଭାରତ ପକ୍ଷରୁ ଅଶ୍ୱିନ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ୍ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.