‘ତେରେ ନାମ୍’ ଫିଲ୍ମର ଗୀତ ଗାଇ ମନ ଜିଣିଲେ ଏହି ବ୍ୟକ୍ତି, ଫିଲ୍ମର ନିର୍ଦ୍ଦେଶକ ସତୀଶ କୌସିକ୍ କଲେ ସେୟାର
ପ୍ରାୟ ୨୦ବର୍ଷ ତଳେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ତେରେ ନାମ୍’ । ଯାହା ଆଜି ପର୍ଯ୍ୟନ୍ତ ଲୋକଙ୍କ ମନ ଏକ ଛାପ ଛାଡିଛି। ସଲମାନଙ୍କର ନିଖୁଣ ଅଭିନୟ ମଧ୍ୟରୁ ଏହା ଅନ୍ୟତମ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ମଧ୍ୟମ ଧରଣର ସଫଳ ହୋଇଥିଲା କିନ୍ତୁ ଏହା ପରେ ଫିଲ୍ମଟିର ଗୀତ ଗୁଡିକ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। କହିବାକୁ ଗଲେ ଏହି ଫିଲ୍ମର ଗୀତ ଗୁଡିକ ସବୁ ବ୍ଲକବଷ୍ଟର୍ ହୋଇଥିଲା।ଫିଲ୍ମର ନିର୍ଦ୍ଦେଶକ ସତୀଶ କୌସିକ୍ ନିକଟରେ ନିଜ ଟ୍ୱିଟର ପେଜରେ ଏହି ଫିଲ୍ମର ଗୀତକୁ ନେଇ ଏକ ଭିଡିଓ ସେୟାର କରିଥିଲେ। ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଯେଉଁ ଭିଡିଓରେ ଜଣେ ବୁଲା ବିକାଳି ଏକ ଟ୍ରଲିରେ ଗଳିକୁ ଗଳି ବୁଲୁଥିବା ସମୟରେ ଗୋଟେ ସ୍ଥାନରେ ଠିଆ ହୋଇ ଏକ ମାଇକ୍ ଧରି ଏହି ସିନେମାର ଏକ ଗୀତ ଗାଉଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ସେୟାର କରିବା ପରେ ୟୁଜର୍ସ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ତେବେ ଯାହା ଜଣାପଡୁଛି କି, ଭିଡିଓରେ ବ୍ୟକ୍ତି ଜଣକ ଏକ ରାସ୍ତାରେ ଖବରକାଗଜ ଏବଂ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିବାକୁ ବୁଲୁଥିବାବେଳେ ଉଦୀତ ନାରାୟଣ ଗାଇଥିବା ଗୀତ “କିସି କୋ ଓ୍ୱଫା କେ ବଦଲେ ଓ୍ୱଫା ନେହିଁ ମିଲତା” ଗୀତ ଗାଉଥିବାର ଶୁଣିବାକୁ ମିଳୁଛି।
ଏହି କ୍ଲିପ୍କୁ ସେୟାର କରି ଚଳଚ୍ଚିତ୍ରର ନିର୍ଦ୍ଦେଶକ ସତୀଶ କୌସିକ୍ ଲେଖିଛନ୍ତି, “୨୦ ବର୍ଷ ପରେ ମଧ୍ୟ ଜନସାଧାରଣଙ୍କ ଭିତରେ ତେରେ ନାମ୍ ଗୀତର ଏହା ଆଦର୍ଶ, ଏହି ଚଳଚ୍ଚିତ୍ର ପାଇଁ ଗର୍ବିତ। ”
What a public adulation of the song from Tere Naam even after 20 years . Proud of this film pic.twitter.com/TkLnKaQJWe
— satish kaushik (@satishkaushik2) February 8, 2023
ଫେବୃଆରୀ ୮ ରେ ଭିଡିଓଟି ସେୟାର ହେବା ପରଠାରୁ, ଭିଡିଓଟି ୬୮,୦୦୦ ରୁ ଅଧିକ ଭ୍ୟୁ ପାଇଛି। ସୂଚନା ଥାଉକି, ସଲମାନ ଖାନ ଏବଂ ଭୁମିକା ଚାୱଲାଙ୍କ ଅଭିନୀତ ‘ତେରେ ନାମ୍’ ୨୦୦୩ରେ ମୁକ୍ତିଲାଭ କରିଥିଲା। ଏହା ୧୯୯୯ ତାମିଲ ଚଳଚ୍ଚିତ୍ର ସେଥୁ ର ରିମେକ୍ ଥିଲା।