ଖିଚିଂ ମନ୍ଦିର ହୁଣ୍ଡିରୁ ଚୋରି, CCTVରେ କଏଦ ହେଲା ଦୃଶ୍ୟ
ଖିଚିଂ ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା । CC TV ରେ ରେକର୍ଡ ହେଲା ଲୁଟ ସମୟର ଦୃଶ୍ୟ
କରଞ୍ଜିଆ (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚେକେଶ୍ୱରୀ । ମା କିଚେକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ । ଗତକାଲି ବିଳମ୍ବିତ ରାତ୍ରରେ ମା କିଚେକେଶ୍ୱରୀଙ୍କ ମୁଖ୍ୟ ଦାନ ହୁଣ୍ଡି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ମନ୍ଦିର ସମୁଖରେ ଥିବା ୩ ଟି ହୁଣ୍ଡିରୁ ଟଙ୍କା ନେଇଯାଇଛନ୍ତି ।
ସେହିପରି ଶୁକୃଲି ବଜାରରେ ଥିବା ଲକ୍ଷ୍ମୀ ଠାକୁରାଣୀଙ୍କ ଦାନ ହୁଣ୍ଡି ରୁ ଟଙ୍କା ନେଇ ଯାଇଛନ୍ତି । ୪ ଟା ହୁଣ୍ଡିରୁ ଚୋରି ହେବା ଘଟଣା ପୋଲିସ ଗୁରୁତ୍ୱର ନେବା ସହିତ ରୁଆ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହେଇଛି । ଦୁର୍ବୃତ୍ତ ଟଙ୍କା ଲୁଟ ସମୟର ଦୃଶ୍ୟ CC TV ରେ ରେକର୍ଡ କରାଯାଇଛି ।