ATM ରୁ କ୍ୟାସ୍‌ ବାହାର କରିବା ସମୟରେ ଏହି ଗ୍ରୀନ୍‌ ଲାଇଟ ଉପରେ ନିଶ୍ଚୟ ଦିଅନ୍ତୁ ଧ୍ୟାନ, ନଚେତ ଖାତା ହୋଇଯିବ ଖାଲି

ସାଇବର ଠକ ଏତେମାତ୍ରାରେ ଚାଲାକ୍‌ ହୋଇଥାନ୍ତି ଯେ ସେମାନେ ଆଖି ପିଛୁଳାକେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଖାଲି କରିଦେଇପାରନ୍ତି। ସେଥିପାଇଁ ଯେତେବେଳେ ବି ଆପଣ ATM ରୁ ଟଙ୍କା ଉଠାଉଛନ୍ତି ସେତେବେଳେ ଆପଣଙ୍କୁ କିଛି କଥାକୁ ଧ୍ୟାନ ରଖିବା ନିହାତି ଜରୁରୀ।

ଆଜିକାଲି ATM କାର୍ଡ କ୍ଲିନିଙ୍ଗ ବହୁତ ଅଧିକ ହେଉଛି। ଏମିତିରେ ଯଦି ଆପଣ ଏଟିଏମରୁ ଟଙ୍କା ବାହାର କରୁଛନ୍ତି ତାହେଲେ ଏଟିଏମ୍‌ ୟୁଜ୍‌ କରିବା ପରେ ଆପଣ ସାବଧାନତାର ସହିତ ତାର ଯାଞ୍ଚ କରିବା ଉଚିତ। ATM କାର୍ଡ କ୍ଲିନିଙ୍ଗ ଜରିଆରେ ଆପଣଙ୍କ ଆକାଉଣ୍ଟର ସମସ୍ତ ଡିଟେଲ୍ସ ସହଜରେ ବାହାରି ଆସିଥାଏ ଏବଂ ଆପଣଙ୍କ ଖାତା ଆଖି ପିଛୁଳାକେ ଖାଲି ହୋଇଯାଇଥାଏ। ତାହେଲେ ଆସନ୍ତୁ ଜାଣିବା କେମିତି ଆପଣଙ୍କ ଡିଟେଲ୍ସ ସହଜରେ ଚୋରି ହୋଇଯାଇଥାଏ ଏବଂ ହ୍ୟାକର୍ସ ଆପଣଙ୍କ ଖାତା କେମିତି ଖାଲି କରିଦେଇପାରନ୍ତି।

ଡିଜିଟାଲ ହେବା ସତ୍ତ୍ୱେ ମଧ୍ୟ ଭାରତରେ ହ୍ୟାକର୍ସ ବି ବହୁତ ଚାଲାକ ହୋଇଗଲେଣି। ଏହି ହ୍ୟାକର୍ସ ଗ୍ରାହକଙ୍କର ବ୍ୟାକିଙ୍ଗ ଡିଟେଲ୍ସ ଏଟିଏମ ମେସିନରେ କାର୍ଡ ଲଗାଯାଉଥିବା ସ୍ଲଟରୁ ଚୋରାଇ ନିଅନ୍ତି। ଆପଣଙ୍କୁ ଜଣା ବି ନଥାଏ ଯେ ଏହି ହ୍ୟାକର୍ସ ATM ମେସିନର କାର୍ଡ ସ୍ଲଟରେ ଏମିତି ଡିଭାଇସ୍‌ ଲଗାଇ ଦିଅନ୍ତି। ଯାହା ଆପଣଙ୍କ କାର୍ଡ ଡିଟେଲ୍ସ ସ୍କାନ ହୋଇଯାଏ। ଏହି ଡିଭାଇସ ଜରିଆରେ ଆପଣଙ୍କ ସମସ୍ତ ଡିଟେଲ ସେହି ଡିଭାଇସରେ ସେଭ୍‌ ହୋଇଯାଏ। ଏହାପରେ ବ୍ଲୁଟୁଥ୍‌ କିମ୍ବା କୌଣସି ଅନ୍ୟ ଓ୍ଵୟାରଲେସ ଡିଭାଇସ୍‌ ସାହାଯ୍ୟରେ ହ୍ୟାକର୍ସ ଡାଟା ଚୋରାଇ ନିଅନ୍ତି।

ତେବେ ହ୍ୟାକର୍ସ କେତେ ବି ଚାଲାକ ହୋଇଥାନ୍ତୁ ନା କାହିଁକି ଯଦି ଆପଣ ସତର୍କ ଅଛନ୍ତି ତାହେଲେ ଆପଣଙ୍କ ଟଙ୍କା ବି ସୁରକ୍ଷିତ ରହିପାରିବ। ଆପଣଙ୍କ ଡେବିଟ୍‌ କାର୍ଡର ପୂରା ଆକ୍ସସେସ ନେବା ପାଇଁ ହ୍ୟାକରଙ୍କ ପାଖରେ ଆପଣଙ୍କ ପିନ୍‌ ନମ୍ବର ରହିବା ଅନିବାର୍ଯ୍ୟ। ହ୍ୟାକର୍ସଙ୍କ ପାଖରେ ଏଥିପାଇଁ ମଧ୍ୟ ତରିକା ରହିଛି। ଏହା ଆପଣଙ୍କ ପିନ୍‌ ନମ୍ବରକୁ କୌଣସି କ୍ୟାମେରାରୁ ଟ୍ରାକ୍‌ କରିନିଏ। ଅର୍ଥାତ୍‌ ଆପଣଙ୍କ ଡାଟା ଚୋରି ପାଇଁ ସେମାନେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଥାନ୍ତି। ଏମିତିରେ ଆପଣ ଯେତେବେଳେ ବି ପିନ ନମ୍ବର ଏଣ୍ଟର କରୁଛନ୍ତି ତାକୁ ଅନ୍ୟ ହାତରେ ଲୁଚାଇ ରଖନ୍ତୁ।

ଟଙ୍କା ଉଠାଇବା ପୂର୍ବରୁ କରନ୍ତୁ ATM ଯାଞ୍ଚ୍‌
  • ଏଟିଏମ୍‌ ଗଲେ ପ୍ରଥମେ ଆପଣ ATM ମେସିନର କାର୍ଡ ସ୍ଲଟକୁ ଯାଞ୍ଚ୍‌ କରାଇନିଅନ୍ତୁ।
  • ଯଦି ଏଟିଏମ୍‌ କାର୍ଡ ସ୍ଲଟରେ ଆପଣଙ୍କୁ କୌଣସି ସନ୍ଦେହ ହେଉଛି କିମ୍ବା ସ୍ଲଟ ଢ଼ିଲା ଅଛି ତାହେଲେ ସେହି ATM ୟୁଜ୍‌ କରନ୍ତୁନାହିଁ।
  • କାର୍ଡ ସ୍ଲଟରେ କାର୍ଡ ଲଗାଇବା ସମୟରେ ସେଥିରେ ଜଳୁଥିବା ‘ଗ୍ରୀନ ଲାଇଟ’ ଉପରେ ନଜର ରଖନ୍ତୁ।
  • ଯଦି ଏହି ସ୍ଲଟରେ ଗ୍ରୀନ ଲାଇଟ୍‌ ଜଳୁଛି ତାହେଲେ ଆପଣଙ୍କ ଏଟିଏମ୍‌ ସୁରକ୍ଷିତ ଅଛି।
  • ଆଉ ଯଦି ଏଥିରେ ଲାଲ କିମ୍ବା କୌଣସି ଅନ୍ୟ ଲାଇଟ ଜଳୁନାହିଁ ତାହେଲେ ATMକୁ ଆଦୌ ବି ବ୍ୟବହାର କରନ୍ତୁନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.